www.samajalive.in
Sunday, December 14, 2025
16.1 C
Bhubaneswar

ମହାକୁଂଭ ଦେଖିବ ସାରା ବିଶ୍ୱ – ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଡେସ୍କ: ଉତ୍ତରପ୍ରଦେଶର ମହାକୁମ୍ଭ ନଗରରେ ଜାନୁଆରି ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ମହାକୁମ୍ଭ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସଙ୍ଗମ ଅଞ୍ଚଳର ଦୀର୍ଘ ବାର କିଲୋମିଟର ଥିବା ନଦୀ କୂଳ ଅଞ୍ଚଳରେ ସ୍ନାନ ବିଧି ପାଇଁ ବ୍ୟବସ୍ଥା କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସନ୍ଧ୍ୟାରେ ପ୍ରୟାଗରାଜରେ ହେବାକୁ ଥିବା ଭବ୍ୟ କାର୍ଯ୍ୟକ୍ରମ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରୟାଗରାଜର ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ ଚଳିତ ମାସ ୧୩ ତାରିଖରୁ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବ ବୋଲି ଆଶା କରାଯାଉଛି।

ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ସନାତନ ସଂସ୍କୃତି ମହାକୁମ୍ଭର ସବୁଠାରୁ ବଡ଼ ଉତ୍ସବରେ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଆସିବେ ବୋଲି ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କୁ ଉତ୍ତମ ଆଧ୍ୟାତ୍ମିକ ଅନୁଭୂତି ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସଙ୍ଗମ ଅଞ୍ଚଳର ପ୍ରମୁଖ ଘାଟଗୁଡ଼ିକର ପୁନଃବିକାଶ କରାଯାଇଛି। ମେଳା ଅଧିକାରୀ ଅଭିନବ ପାଠକ କହିଛନ୍ତି ଯେ ଗଙ୍ଗା ଏବଂ ଯମୁନା ନଦୀ କୂଳରେ ୭ଟି କଂକ୍ରିଟ ଘାଟ ନିର୍ମାଣ କରାଯାଇଛି। ସେଗୁଡ଼ିକ ହେଲା ଗଙ୍ଗା ନଦୀର ଦଶାଶ୍ଵମେଧ ଘାଟ, କାଳୀ ଘାଟ, ଛଟନାଗ ଘାଟ ଏବଂ ଯମୁନା ନଦୀର କିଲା ଘାଟ, ସରସ୍ୱତୀ ଘାଟ, ମୋରି ଘାଟ ଓ ମାହେବ ଘାଟ। ସବୁ ଘାଟରେ ପୋଷାକ ପରିବର୍ତନ ପାଇଁ କୋଠରୀ ମଧ୍ୟ ନିର୍ମାଣ କରାଯାଇଛି। ଲୋକମାନେ ଯେପରି ସହଜରେ ଘାଟ ଚିହ୍ନିପାରିବେ ସେଥିପାଇଁ ପ୍ରତି ଘାଟରେ ଡମରୁ, ତ୍ରିଶୂଳ ଭଳି ଭିନ୍ନ ଭିନ୍ନ ଚିହ୍ନ ଲଗାଯାଇଛି। ଏହାବ୍ୟତୀତ ଲୋକଙ୍କ ସୁରକ୍ଷା ପାଇଁ ୱାଚ୍ ଟାୱାର ଲଗାଯାଇଛି। ସୁରକ୍ଷିତ ସ୍ନାନ ପାଇଁ ପାଣିରେ ବ୍ୟାରିକେଡିଂ ସହ ପାଣି ପୁଲିସ ମଧ୍ୟ ମୁତୟନ ହେବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories