www.samajalive.in
Sunday, December 7, 2025
26.1 C
Bhubaneswar

ଆଦିବାସୀ ମେଳା : ସ୍ମୃତି ବଖାଣୁଛି ଆଦିବାସୀଙ୍କ ସଂଗ୍ରାମ, ବିର୍ସା ମୁଣ୍ଡାଙ୍କ ପାଇଁ ସ୍ବତନ୍ତ୍ର ପ୍ରତିବେଦନ

ଭୁବନେଶ୍ୱର : ନୂଆପିଢ଼ିଙ୍କୁ ଭାରତୀୟ ଆଦିବାସୀ ସଂଗ୍ରାମୀଙ୍କ ପରିଚୟର ଖୋରାକ୍ ଯୋଗାଉଛି ଆଦିବାସୀ ମେଳା। ସ୍ଵତନ୍ତ୍ର ଭାବେ ବିର୍ସାମୁଣ୍ଡା ପାଭିଲିୟନ୍ ସ୍ଵାଧୀନତା ସଂଗ୍ରାମରେ ଦେଶର ବିଭିନ୍ନ ଅଞ୍ଚଳ ସହ ଆମ ରାଜ୍ୟର ଆଦିବାସୀ ସଂଗ୍ରାମୀଙ୍କ ସ୍ମୃତି ବଖାଣୁଛି। ଅମର ସହିଦ ରାଣୀ ଦୁର୍ଗାବତୀ, ସିନଗୀ ଦେଈ, ବୀରାଙ୍ଗନା ପୁଲୋ-ଝାନୋ ମୁର୍ମୁ, ସହିଦ ଲିପା, ରାନୀ ମା’ ଗାଇଦିନ୍‌ଲ୍ୟୁ ରାନୀ ମା’ ରୋପୁଇଲିୟାନି, ମହୁଆ କୋଲ, ତେଲଙ୍ଗା ଖଡ଼ିଆ, ରାଘୋଜୀ ଭାଙ୍ଗରେ, ବୀର ଗୁଣ୍ଡାଧୁର, ତନ୍ୟା ଭିଲ, ଉ.ତିରୋତ ସିଂ, ରଣମତ ସିଂହ, ଅମର ସହିଦ୍ ଭଗୋଜୀ ନାୟକ, ଜତରା ଟାନା ଭଗତ, ରାଣୀ ବଖତର ସାଏ-ମୁଣ୍ଡଲ ସିଂ, ନୀଲାମ୍ବର-ପୀତାମ୍ବର ଗୋବିନ୍ଦ ଗୁରୁ, ରାଜା ଶଙ୍କର ଶାହ ଓ ରଘୁନାଥ ଶାହା, ସିଦୋ-କାହ୍ନୁ ମୁର୍ମୁ, ମାଦ୍ରି କାଲୋ, ତାମା ଦୋରା, ୟୁ କିୟାଙ୍ଗ ନଙ୍ଗବା, ମରୀ
କାମାୟ ରାମଜୀ ଗୋଣ୍ଡ, ଭେଙ୍କଟପ୍ପା ନାୟକ, ରାଣୀ ପୁଞ୍ଜା ଭୀଲ୍, ହାଇପୋ ଜାଦୋନାଂଗ, ହୁତାତ୍ମା କେଶରୀ ଚାନ୍ଦ, ରଘୁନାଥ ମଣ୍ଡଲୋଇ, ନାଗ୍ଯ ମହାଦୁକାରୀ, ନନକ ଜୀ ଭୀଲ, ପାତେଗେନ ଏନ ସାଙ୍ଗମା, ନାରାୟଣ ସିଂହ, ତଲକୁଲ ଚନ୍ଦୁ, ଗୀର ବୁଦ୍ଧ ଭଗତ, ଅଲୁରୀ ସୀତାରାମ ରାଜୁ, ତିଲକା ମାଝୀ, ଭୀମା ନାୟକ, ବାବୁରାଓ ଶେଡ଼ମାକେ, କୋମରାମ ଭୀମ ଏବଂ ଶମ୍ଭୁଧନ ଫୁଙ୍ଗଲୋ ଭଳି ୫୩ ବୀରଙ୍କ ଫଟୋଚିତ୍ର ସହିତ ଜନ୍ମବୃତ୍ତାନ୍ତ ଏବଂ ସଂଗ୍ରାମର ରକ୍ତରଞ୍ଜିତ କାହାଣୀ ସୁଦୃଶ୍ୟ ଭାବେ ଲିପିବନ୍ଧ କରାଯାଇଛି।

ମେଘାଳୟ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ମିଜୋରାମ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ତେଲଙ୍ଗାନା, ଆସାମଠାରୁ ଆରମ୍ଭ କରି ଆମ ରାଜ୍ୟର କେନ୍ଦୁଝର, ବରଗଡ଼, କଳାହାଣ୍ଡି, ମାଲକାନଗିରି, ସୁନ୍ଦରଗଡ଼ର ବିଭିନ୍ନ ଆଦିବାସୀ ଜନଜାତିର ରତ୍ନା ନାୟକ, ନିର୍ମଳ ମୁଣ୍ଡା, ଲକ୍ଷ୍ମଣ ନାୟକ, ରିଣ୍ଡୋ ମାଝୀ, ମାଧୋ ସିଂହ ବରିହା, ଧରଣୀଧର ନାୟକଙ୍କ ଭଳି ଓଡ଼ିଆ ସଂଗ୍ରାମୀଙ୍କ ବୀରତ୍ଵ କାହାଣୀ ଦେଖଣାହାରୀଙ୍କୁ ଚକିତ କରୁଛି। ଆଦିବାସୀଙ୍କ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ଏହା ସହିତ ସ୍ଵତନ୍ତ୍ର ଭାବେ ବିର୍ସାଙ୍କ ଜୀବନ କାହାଣୀକୁ ଅତି ତମତ୍କାର ଭାବେ ଫଟୋଚିତ୍ର, ବଂଶାବଳୀ, ସରଞ୍ଚନା ବର୍ଷ ସହ ତାଙ୍କ ସହ ଜଡ଼ିତ ବନ୍ଦୀଶାଳା, ସିମ୍ପୁଆ ପାହାଡ଼, ନବରତଗଡ଼, ସର୍‌ବଦା ମିଶନ୍, ଖୁଣ୍ଟି ପୁଲିସ ଷ୍ଟେସନ୍, ଡୋମ୍ବାରି ପାହାଡ଼ର ସ୍କାରକ, ବନ୍ଦଗାଓଁର ଘଟଣାବଳୀ ଦୃଶ୍ୟମାନ ହୋଇଛି। ଦର୍ଶକ ସଂଗ୍ରାମୀଙ୍କ ଫଟୋ ସହ ସେଲ୍‌ଫି ନେବା ସହ ସେମାନଙ୍କ କାହାଣୀକୁ ଜାଣି ସ୍ଵାଧୀନତା ଆନ୍ଦୋଳନ ସମ୍ପର୍କରେ ଅନେକ ତଥ୍ୟ ହାସଲ କରିପାରୁଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories