www.samajalive.in
Monday, December 15, 2025
27.1 C
Bhubaneswar

ଉପବାସ ଅନଶନ ପୂର୍ବରୁ  ଛୋଲେ ଭଟୁରେ ଖାଇ ଚର୍ଚ୍ଚାରେ କଂଗ୍ରେସ ନେତା  

ନୂଆଦିଲ୍ଲୀ:  ଉପବାସ ଅନଶନ ତାହା ପୁଣି ରେଷ୍ଟୁରାଣ୍ଟରେ ଛୋଲେ ଭଟୁରେ ଖାଇ । ଏପରି ଅଭିଯୋଗ କିଛି କଂଗ୍ରେସ ନେତାଙ୍କ ବିରୋଧରେ ଆସିଛି । ଦିଲ୍ଲୀର ରାଜଘାଟ ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପବାସ ଅନଶନରେ ବସିଥିଲେ । ଏଥିରେ ଅନେକ କଂଗ୍ରେସ ନେତା ସାମିଲ ହୋଇଥିଲେ । ହେଲେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ, ଅବିନ୍ଦର ସିଂ ଓ ହରୁନ ୟୁସୁଫ ଏହି ଉପବାସ ଅନଶନ ପୂର୍ବରୁ ଏକ ରେଷ୍ଟୁରାଣ୍ଟରେ ବସି ଛୋଲେ ଭଟୁରେ ଖାଉଥିବା ଦେଖିବାକୁ ମିଳିଥିଲା । ଏହାର ଫଟୋକୁ ବିଜେପି ନେତା ଅରିସ୍‌ ଖୁରାନା ଟ୍ୱିଟରରେ ସେୟାର କରିଥିଲେ । ଏ ବିଷୟରେ  କଂଗ୍ରେସ ନେତା ଅରବିନ୍ଦର ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେମାନେ ସକାଳ  ଆଠଟା ୩୦ରେ ଏହି ଜଳଖିଆ ଖାଉଥିଲେ । ଉପବାସ ଦିନ ୧୦ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଥିଲା ବୋଲି ସଫେଇ ଦେଇଛନ୍ତି । ବିଜେପି ଜାଣି ଶୁଣି ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏହାର ସମାଲୋଚନା କରିଛନ୍ତି । କଂଗ୍ରେସ ଉପବାସ ଅନଶନ ନାମରେ  ଏପରି କାମକୁ ସେ ନାପସନ୍ଦ କରିବା ସହ କଂଗ୍ରେସ ଲୋକ ଦେଖାଣିଆ ଉପବାସ କରୁଥିବା ଅଭିଯୋଗ କରିଛନ୍ତି ।

- Advertisement -

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories