www.samajalive.in
Monday, December 15, 2025
26.1 C
Bhubaneswar

୬ ଡକାୟତ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଵୈଦ୍ୟନାଥପୁର ଥାନା ପୁଲିସ  ୬ ଜଣ ଡକାୟତଙ୍କୁ ଗିରଫ କରିଛି ।ଗତ ଜାନୁଆରୀ ୨୮ ତାରିଖ ରାତିରେ ଏମ୍ କେ ସି ଜି ମେଡିକାଲର କର୍ମଚାରୀ ବିଜୟ ନାୟକଙ୍କ ଘରେ ଡକାୟତି ଘଟଣାରେ ଏମାନଙ୍କୁ ଗିରଫ   କରାଯାଇଛି।
ବିଜୟଙ୍କ ଘରେ ବିରଳ ହନୁମାନ ପଇସା ଓ ହୀରା ଥିବା ସୂଚନା ପାଇ ଡକାୟତି ହୋଇଥିଲା। ହନୁମାନ ପଇସା ଓ ହୀରା ନପାଇ ୧୨ ଜଣିଆ ଡକାୟତ ଗ୍ୟାଙ୍ଗ ବିଜୟଙ୍କ ଘରେ  ଲୁଟପାଟ କରିଥିଲେ । ଘଟଣାର ତଦନ୍ତ କରି ଵୈଦ୍ୟନାଥପୁର ଥାନା ପୁଲିସ  ୬ଜଣଙ୍କୁ ଗିରଫ କରିଛି ।
ଗିରଫ ଡକାୟତଙ୍କ ଠାରୁ ୩ଟି ମୋବାଇଲ ଫୋନ, ରୁପା ଅଳଙ୍କାର ସହିତ ଡକାୟତ ଗେଙ୍ଗ ବ୍ୟବହାର କରିଥିବା ୨ଟି ଅଟୋ ରିକ୍ସା ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି।
ଘଟଣାରେ ସଂପୃକ୍ତ ଅନ୍ୟ ୬ଜଣ ଡକାୟତଙ୍କୁ ଗିରଫ କରିବାକୁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।
ଗିରଫ ଡକାୟତ ମାନେ ହେଲେ ସୁରଜ ପଣ୍ଡିତ, ସବୀର ଖାଁ, ପପୁ ପାତ୍ର, ବାବୁ ବେହେରା, ରାଜା ଆଚାରି ଓ ମଣ୍ଟୁ ମହାନ୍ତି.

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories