mission shakti banner

ହିମାଚଳ ପ୍ରଦେଶରେ ଖାଇକୁ ବସ ଖସି ୨୭ ସ୍କୁଲ ପିଲାଙ୍କ ସମେତ ୩୦ ମୃତ

nua o banner
0

ଧର୍ମଶାଳା : ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସ୍କୁଲ ବସ୍‌ ୨୦୦ଫୁଟ ଗଭୀର ଖାତକୁ ଖସିପଡିବାରୁ ୨୭ଜଣ ପିଲାଙ୍କ ସହ ୩୦ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୨୫ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଦୁଇଜଣ ଶିକ୍ଷକ ଓ ବସ୍‌ ଚାଳକର ମୃତ୍ୟୁ ହୋଇଛି। ହିମାଚଳ ପ୍ରଦେଶ ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂହ ଠାକୁରଙ୍କ କହିବା ଅନୁଯାୟୀ ୨୭ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛି। ସୋମବାର ଏକ ଘରୋଇ ସ୍କୁଲ ବସ୍‌ ବିଦ୍ୟାଳୟ ଛୁଟି ପରେ ପିଲାଙ୍କୁ ଧରି ଘରକୁ ଫେରୁଥିବାବେଳେ ଖାତକୁ ଖସିପଡିଥିଲା। କାଙ୍ଗ୍ରା ଜିଲା ନୁରପୁର ଏସଡିଏମ୍‌ଙ୍କ କହିବା ଅନୁଯାୟ ୪୨ଆସନ ବିଶିଷ୍ଟ ସ୍କୁଲ ବସ୍‌ରେ କେତେ ପିଲା ଥିଲେ ତାହା ଠିକ୍‌ ଭାବେ ଜଣାପଡି ନାହିଁ। ଏସଡିଏମ୍‌ ଆବିଦ ହୁସେନଙ୍କ କହିବା ଅନୁଯାୟୀ ୨୦ଟି ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ସ୍ୱେଚ୍ଛାସେବୀ, ପୁଲିସ ଓ ଏନଡିଆରଏଫ୍‌ ଦଳ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଉଦ୍ଧାରକାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଡେପୁଟି କମିଶନର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଆହତ ପିଲାମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ଏକ ଡାକ୍ତରୀ ଦଳ ଗଠନ କରିଛନ୍ତି। ଦଳରେ ୫୦ଜଣ ଡାକ୍ତର ରହିଛନ୍ତି। ଏଥିରେ ଶିଶୁ ଡାକ୍ତରଙ୍କ ସମେତ ଅସ୍ଥି, ଇଏନଟି ଓ ଅନ୍ୟ ବିଭାଗର ବିଭାଗରେ ବିଶେଷଜ୍ଞ ସାମିଲ ହୋଇଛନ୍ତି। ପୁଲିସ ଏସପି ସନ୍ତୋଷ ପତିଆଲାଙ୍କ କହିବା ଅନୁଯାୟୀ ବସ୍‌ଟିରେ ୪୦ରୁ ଅଧିକ ପିଲା ଥିଲେ। ମୃତ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଠାକୁର ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବୁଲାଣି ନିକଟେରେ ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ଖାତକୁ ଖସିପଡିଥିଲା।

Leave A Reply