www.samajalive.in
Monday, December 15, 2025
14.1 C
Bhubaneswar

ରସୁଲଗଡ଼ ହତ୍ୟାକାଣ୍ଡରେ ୩ ଗିରଫ, ଧଳାଜହର କାରବାରରେ ବାଧା ଦେବାରୁ ମହିଳା ଦେଇଥିଲେ ସୁପାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ଵରର ରସୁଲଗଡ଼ ଓଭରବ୍ରିଜ ନିକଟରେ ବୁଧବାର ସକାଳୁ ଘଟିଥିବା ହତ୍ୟାକାଣ୍ଡରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ସମସ୍ତ ଅଭିଯୁକ୍ତମାନଙ୍କୁ ନୟାଗଡ଼ ଜିଲାର ଶରଣକୂଳ ଅଞ୍ଚଳରୁ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ଵାଡ୍‌ ଗିରଫ କରିଛି। ଅଭିଯୁକ୍ତମାନେ କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ରହୁଥିଲେ। ଧଳାଜହର କାରବାର ଏବଂ ପୂର୍ବ ଶତ୍ରୁତାକୁ ନେଇ ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗିରଫ ହୋଇଥିବା ମହିଳା ଜଣକ ସହଦେବଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ। ସହଦେବ ସଫେଇ କର୍ମଚାରୀ ସଂଘ ସଭାପତି ଥିଲେ। ସେ ମଧ୍ୟ କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ରହୁଥିଲେ। ସେ ପୁଲିସ ପାଇଁ ସୂଚନାଦାତା ଭାବେ ମଧ୍ୟ କାର୍ଯ୍ୟ କରୁଥିବା କୁହାଯାଉଛି। ଅଞ୍ଚଳରେ ଧଳାଜହର କାରବାର ବିଷୟରେ ସେ ପୁଲିସକୁ ଖବର ଦେଉଥିବାରୁ ଅଭିଯୁକ୍ତ ମହିଳା ତାଙ୍କୁ ପୂର୍ବରୁ ହତ୍ୟା ଧମକ ଦେଇଥିଲେ। ବୁଧବାର ସକାଳେ ସହଦେବ ନିଜ ସ୍କୁଟିରେ ରସୁଲଗଡ଼ରୁ ବାଣୀବିହାର ଅଞ୍ଚଳକୁ ଯାଉଥିବାବେଳେ ଓଭରବ୍ରିଜ ପାଖରେ ତାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ। ଦୁର୍ବୃତ୍ତମାନେ ସହଦେବଙ୍କୁ ବେକକୁ ଖଣ୍ଡାରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ହେଲେ ସ୍ଥାନୀୟ ଲୋକେ ଅଭିଯୁକ୍ତମାନେ ଫେରାର ହେବା ସମୟରେ ଭିଡିଓ ପ୍ରସ୍ତୁତ କରିନେଇଥିଲେ। ଏହି ଭିଡିଓ ଭାଇରାଲ ହୋଇଥିଲା। ଏହା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା କ୍ୟାମେରା ଫୁଟେଜକୁ ଯାଞ୍ଚ କରି ସେମାନଙ୍କ ପିଛା କରିଥିଲା। ଅଭିଯୁକ୍ତମାନେ ଶରଣକୂଳରେ ଥିବା ଜାଣି ସ୍ଥାନୀୟ ପୁଲିସ ସହାୟତାରେ ସେମାନଙ୍କୁ ଧରିଥିଲା ସ୍ପେଶାଲ ସ୍କ୍ଵାଡ୍‌।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories