www.samajalive.in
Wednesday, December 10, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ଦୌଡି ପଳାଉଥିଲା ଚିତାବାଘ, ଲାଞ୍ଜ ଧରି ପକାଇଲେ ଯୁବକ, ଆଉ ତା’ପରେ..

ବେଙ୍ଗାଲୁରୁ : କର୍ଣ୍ଣାଟକର ତୁମକୁରୁରେ ଆଶ୍ଚର୍ଯ୍ୟ କରି ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ତୁମକୁରୁ ଜିଲାର ତିପ୍ତୁର ଅଞ୍ଚଳରେ ରଙ୍ଗପୁରା ଗାଁରେ ଜଣେ ଯୁବକ ଏକ ହିଂସ୍ର ଚିତାବାଘକୁ ନିଜ ସାହସିକତା ଦେଖାଇ ଧରି ନେଇଛନ୍ତି । ତାଙ୍କର ସାହସିକତାକୁ ଦେଖି ବନ ବିଭାଗ ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।

- Advertisement -

ଭିଡିଓରେ ଦେଖିପାରିବେ, ଯୁବକ ଜଣକ ଦ୍ରୁତ ଗତିରେ ଆସି ନିଜର ସାହସିକତା ଦେଖାଇ ଦୌଡି ପଳାଉଥିବା ଚିତାବାଘର ଲାଞ୍ଜକୁ ଭିଡି ଧରି ଥିଲେ । ଏହାପରେ ଅନ୍ୟ ବନ୍ୟ ଅଧିକାରୀଙ୍କ ସହ ମିଶି ବାଘକୁ ଯନ୍ତା ଭିତରେ ବନ୍ଦ କରିବା ପାଇଁ ସାହାଯ୍ୟ କରିଥିଲେ।

ମିଳିଥିବା ସୂଚନାନୁଯାୟୀ, ତିପ୍ତୁର ନିକଟରେ ଥିବା ଏକ ଗାଁରେ ଆତଙ୍କ ଖେଳାଇଥିବା ଏହି ଚିତାବାଘ ପାଇଁ ସଭିଏଁ ଭୟଭୀତ ଅବସ୍ଥାରେ ଥିଲେ । ଚିତାବାଘକୁ ଧରିବା ପାଇଁ ଅନେକ ପ୍ରୟାସ କରାଯାଉଥିଲେ ମଧ୍ୟ ଧରାଯାଇ ପାରୁନଥିଲା।

୧୦୦ ବର୍ଷ ପରେ ରାହୁ-ମଙ୍ଗଳଙ୍କ ଚଳନ ; ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ହେବ ଧନବର୍ଷା, ସୁଖମୟ ବୈବାହିକ ଜୀବନ..

ମଙ୍ଗବାର ଦିନ ଚିତାବାଘ ଦେଖାଯିବା ପରେ ବନ ବିଭାଗ ଅଧିକାରୀ ପୁଣି ଥରେ ବାଘକୁ ଧରିବାକୁ ଚେଷ୍ଟା କରିଥିଲେ । ମାତ୍ର ବାଘ ଖସି ଯିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ଗାଁର ଜଣେ ବାସିନ୍ଦା ବାଘର ଲାଞ୍ଜକୁ ଧରି ପକାଇଥିଲେ । ଏହି ସମୟରେ ବନ ବିଭାଗ ଅଧିକାରୀ ଜାଲ ପକାଇ ବାଘକୁ ଧରି ଯନ୍ତା ଭିତରେ ବନ୍ଦ କରିଥିଲେ ।
ଅନେକ ଦିନ ଧରି ବାଘଟି ଉକ୍ତ ଅଞ୍ଚଳରେ ଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକେ ନିଜର ଦୈନନ୍ଦିନ କାମରେ ଯିବାକୁ ଭୟ କରୁଥିଲେ । ବାଘ ଥିବା ନେଇ ବନ ବିଭାଗ ଖବର ପାଇବା ପରେ ବାଘକୁ ଧରିବାକୁ ଅନେକ ପ୍ରୟାସ କରିଥିଲେ । ମାତ୍ର ବାଘ ସହଜରେ ଧରାପଡୁନଥିଲା । ବାଘ ଧରାପଡିବା ପରେ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

 

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories