ପଦ୍ମପୁର: ସ୍ଥାନୀୟ ସରକାରୀ ବିଜୟା ନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦେଶରେ ରହି ଭାରତୀୟମାନେ କିପରି ଜୀବିକା ନିର୍ବାହ କରିବେ, ନିଜ ଚାଲିଚଳନ, ଆଚାର ବ୍ୟବହାର ଏବଂ ସଂସ୍କୃତିର ପ୍ରଚାର ଓ ପ୍ରସାର କରି ସଭ୍ୟତାକୁ ବିକାଶର ଚରମ ସୋପାନରେ ପହଞ୍ଚାଇପାରିବେ, ସେଥିଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ରଥ, ସ୍ନମ୍ମାନୀତ ଅତିଥି ଭାବେ ଏବିଇଓ ଚନ୍ଦ୍ରସେନ ଲିମା ଯୋଗଦେଇ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସିମାନେ ଉପସ୍ଥିତ ରହି ଥିବା ବେଳେ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ।



