www.samajalive.in
Tuesday, December 9, 2025
23.1 C
Bhubaneswar

ଜେଲ୍‌ରୁ ମୁକୁଳିବେ ଦୁଷ୍କର୍ମକାରୀ ଆଶାରାମ ବାପୁ, ମିଳିଲା ଜାମିନ

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଷ୍କର୍ମକାରୀ ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ଚିକିତ୍ସା ଆଧାରରେ ମଙ୍ଗଳବାର ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଏହି ଅବଧି ମଧ୍ୟରେ କଡା ସର୍ତ୍ତାବଳୀ ମଧ୍ୟ ଲାଗୁ ରହିବ। ଅନ୍ତରୀଣ ଜାମିନ ସମୟରେ ଆଶାରାମ ବାପୁ ତାଙ୍କ ଅନୁଗାମୀମାନଙ୍କୁ ଭେଟି ପାରିବେ ନାହିଁ। ସୁପ୍ରିମକୋର୍ଟ ତାଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ୧୭ ଦିନିଆ ପାରୋଲ ଶେଷ ହେବାପରେ ଆଶାରାମ ବାପୁ ୬ ଦିନ ପୂର୍ବେ ରାଜସ୍ଥାନର ଯୋଦ୍ଧପୁର ଜେଲକୁ ଫେରିଥିଲେ। ସ୍ବାସ୍ଥ୍ୟଗତ ସମସ୍ୟା ଭିତ୍ତିରେ ଏବେ ତାଙ୍କୁ ଅନ୍ତରୀଣ ଜାମିନ୍‌ ମିଳିଛି।

ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ଆଶାରାମ ବାପୁ ଯୋଧପୁରର ଆଶ୍ରମ‌ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମାମଲାର ଯାଞ୍ଚ କରିବା ପରେ ଯୋଦ୍ଧପୁର ପୁଲିସ ଅଗଷ୍ଟ ୩୧ରେ ଆଶାରାମଙ୍କୁ ଗିରଫ କରି ସେପ୍ଟେମ୍ବର ୧ରେ ଯୋଦ୍ଧପୁରକୁ ଆଣିଥିଲା। ଏହାପରେ ତାଙ୍କୁ କେନ୍ଦ୍ରୀୟ ଜେଲ୍‌ରେ ରଖାଯାଇଥିଲା। ସେବେଠୋରୁ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories