www.samajalive.in
Sunday, December 14, 2025
17.1 C
Bhubaneswar

ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ, ୬ ଜିଲାକୁ ସତର୍କତା

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଆସନ୍ତା ୮ ତାରିଖ ଯାଏଁ ସୁନ୍ଦରଗଡ଼, ଢେଙ୍କାନାଳ, କଟକ, କୋରାପୁଟ, କନ୍ଧମାଳ ମାଳ ଓ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ନ ହେବ । ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲା ଓ କୋରାପୁଟରେ ଅତି ଘନକୁହୁଡ଼ି ଏବଂ କଟକ, ଫୁଲବାଣୀ ଓ ଢେଙ୍କାନାଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାପରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରାଯାଇଛି। କୋରାରାପୁଟରେ ସବୁଠୁ କମ୍ ୭.୫ ଡିଗ୍ରୀ, ଜି. ଉଦୟଗିରିରେ ୮.୫, ସେମିଳିଗୁଡ଼ାରେ ୯.୫, ଫୁଲବାଣୀରେ ୧୦ ଡିଗ୍ରୀ, ନବରଙ୍ଗପୁର ଓ ରାଉରକେଲାରେ ୧୦.୫ ଲେଖାଏଁ, ଅନୁଗୋଳରେ ୧୧, ଭୁବନେଶ୍ବର ଓ କଟକରେ ୧୪.୫ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ଼ ହୋଇଛି।

- Advertisement -

ଅନ୍ୟପକ୍ଷରେ ଡିସେମ୍ବରରେ ଦକ୍ଷିଣ ଉପଦ୍ବୀପରେ ହୋଇଥିବା ବର୍ଷା ୨୩ ବର୍ଷରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗରରେ ଡିସେମ୍ବରରେ ଆସିଥିବା ଦୁଇଟି ଘୂର୍ଣ୍ଣିବଳୟ ପରବର୍ତ୍ତୀ ସମୟରେ ଲଘୁଚାପର ରୂପ ନେଇଥିଲା। ଏହାର ପ୍ରଭାବରେ ଦକ୍ଷିଣ ଉପଦ୍ୱୀପରେ ଡିସେମ୍ବର ୨୦୨୪ରେ ୯୧.୫ ମି.ମି. ବର୍ଷା ହୋଇଥିଲା।

ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଏହି ବର୍ଷା ୧୯୦୧ ମସିହାଠାରୁ ଏପର୍ଯ୍ୟନ୍ତ ତୃତୀୟ ସର୍ବାଧିକ ଏବଂ ୨୦୦୧ ମସିହାଠାରୁ ସର୍ବାଧିକ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ଡିସେମ୍ବର ୧୬ ଓ ଡିସେମ୍ବର ୨୩ରେ ତାମିଲନାଡ଼ୁ ଉପକୂଳରେ ଏହି ଦୁଇଟି ଲଘୁଚାପ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories