www.samajalive.in
Sunday, December 14, 2025
19.1 C
Bhubaneswar

ଆୟକର ସଚେତନତା ଶିବିର

କେନ୍ଦୁଝରଗଡ଼: ରୋଟାରୀ କ୍ଲବ କେନ୍ଦୁଝରଠାରେ ମୁଖ୍ୟ ଆୟକର ଆଯୁକ୍ତ ସମ୍ବଲପୁର ଡ. ସରିତା ମିଶ୍ର ଓ ଯୁଗ୍ମ ଆୟକର ଆୟୁକ୍ତ ରାଉରକେଲା ବିମଲ ଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଆୟକର ସମ୍ବନ୍ଧୀୟ ଏକ ସଚେତେନା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କେନ୍ଦୁଝର ଆୟକର ଅଧିକାରୀ ସ୍ୱରଣେନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରି ଆୟକର ଅଧିନିୟମ ୧୯୬୧ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବିଶେଷକରି ସରକାରୀ ତଥା ବେସରକାରୀ ବେତନଭୋଗୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ନିୟମଗୁଡିକୁ ଆୟକର ଅଧିକାରୀ ଭଲଭାବେ ସରଳ ଭାବରେ ବୁଝାଇଥିଲେ। ବିଗତ ଦିନରେ ହୋଇଥିବା ବେନିୟମ ଆୟକର ଛାଡ଼ ତଥା ଆୟକର ଫାଙ୍କିବା ପାଇଁ ବିଭିନ୍ନ ଆୟକରଦାତାମାନଙ୍କ ଦ୍ୱାରା ଆପଣାଯାଉଥିବା ନିୟମ ବହିର୍ଭୂତ କାର୍ଯ୍ୟ ସମ୍ବନ୍ଧରେ ଅଧିକାରୀ ଆଲୋକପାତ କରିବା ଅବସରରେ ଆୟକର ଫାଙ୍କୁଥିବା ବ୍ୟକ୍ତିଙ୍କ ବିରୋଧରେ ଆୟକର ଅଧିନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଥିଲେ। କେନ୍ଦୁଝର ଜିଲାର ପ୍ରାୟ ୩୫ ସରକାରୀ ଓ ବେସରକାରୀ ଅଧିକାରୀ ଏହି ଶିବିରରେ ଯୋଗ ଦେଇଥିବାବେଳେ ଆୟକର ନିରୀକ୍ଷକ ଅମରଜିତ କୁମାର ଏବଂ ବାସନ୍ତୀ ହେମ୍ବ୍ରମ ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories