www.samajalive.in
Monday, December 15, 2025
14.1 C
Bhubaneswar

ଭୁବନେଶ୍ବରରୁ ଜିଲାକୁ ଗଡ଼ିବ ଇ-ବସ୍

ଭୁବନେଶ୍ୱର : ଭୁବନେଶ୍ବରରୁ ଜିଲା ମୁଖ୍ୟାଳୟକୁ ଆଧୁନିକ ସୁବିଧାଯୁକ୍ତ ରାଜଧାନୀ ବସ୍ ଚଳାଇବା ପରେ ସରକାର ଏବେ ବିଦ୍ୟୁତ ଚାଳିତ ଇ-ବସ୍ ଚଳାଇବା ପାଇଁ ଯୋଜନା କରିଛନ୍ତି। ଏଥିପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରି ଦାଖଲ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମକୁ କୁହାଯାଇଛି। ଅପରପକ୍ଷେ ଓଏସ୍‌ଆରଟିସିର ଆର୍ଥିକ ପୁର୍ନଗଠନ ଓ ଦକ୍ଷତା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିତ୍ତିଭୂମୀ ନିର୍ମାଣ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି।
ହସ୍ତଗତ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଓଏସ୍‌ଆରଟିସି କିଛି ପ୍ରମୁଖ ସହରକୁ ଇ-ବସ୍ ଚଳାଇବା ପାଇଁ ଯୋଜନା କରିଛି। ତେବେ ଇ-ବସ୍ ଚଳାଇବା ପାଇଁ ଆବଶ୍ୟକ ଭିତ୍ତିଭୂମୀ, ବ୍ୟବସାୟୀକ ଦିଗ, ପରିବେଶ ଉପରେ ଏହାର ପ୍ରଭାବ, ଗମନାଗମନ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଏସ୍‌ଆରଟିସି ରିପୋର୍ଟ ଉପସ୍ଥାପନ କରିବ। ବିଶେଷକରି ବସ୍ ଚାର୍ଜ କରିବା ପାଇଁ କେତେ ସଂଖ୍ୟକ ଚାର୍ଜିଂ ପଏଣ୍ଟ ରହିବ, କେଉଁଠାରେ ରହିବ, ବିଦ୍ୟୁତ ଦେୟ କେତେ ଆସିବ ତାହା ତର୍ଜମା କରାଯିବ। ଏହାକୁ ଅନୁଧ୍ୟାନ କରିବା ପରେ ଇ-ବସ୍ ଚଳାଇବା ସୁବିଧା ଜନକ ହେବ କି ନାହିଁ ତାହା ନିର୍ଣ୍ଣୟ କରାଯିବ। ଅପରପକ୍ଷେ ରାଜ୍ୟ ସରକାରଙ୍କ ଉପରେ ଓଏସ୍‌ଆରଟିସିର ବକେୟା ଥିବା
୭୨.୦୩ କୋଟି ଟଙ୍କାକୁ ଇକ୍ୟୁଟି ସେୟାରରେ ପରିବର୍ତ୍ତନ କରାଯିବ। ତେବେ ଏହା ବଦଳରେ ଓଏସ୍‌ଆରଟିସି ସରକାରଙ୍କ ନିକଟରେ ଦାବି କରୁଥିବା ୮୧.୩୮ କୋଟି ଟଙ୍କାର ଦାବିକୁ ଛାଡ଼ିବାକୁ ପଡିବ। ସେହିପରି ବିଗତ ଦିନରେ ନିଗମ ବହନ କରିଥିବା ୧୬୯.୩୮ କୋଟି ଟଙ୍କାର ଆର୍ଥିକ କ୍ଷତି ରାଜ୍ୟ ସରକାରଙ୍କ ଅଂଶଧନ ସହ ସାମିଲ କରାଯିବ। ଅପରପକ୍ଷେ ଅବସର ଗ୍ରହଣ କରିଥିବା ରାଜ୍ୟ ପରିବହନ କ୍ୟାଡର୍ କର୍ମଚାରୀଙ୍କ ବକେୟା ପ୍ରାପ୍ୟକୁ ନେଇ ଲାଗି ରହିଥିବା ବିବାଦ ସମାଧାନ କରି ୩ ମାସ ମଧ୍ୟରେ ତାହା ପ୍ରଦାନ କରିବା ପାଇଁ କୁହାଯାଇଛି। ବାଦାମବାଡ଼ି ବସ୍‌ ଷ୍ଟାଣ୍ଡର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ମୋଟୁ, ବଲାଙ୍ଗିର, ଜୟପୁର ଓ ଅନୁଗୋଳ ବସ୍‌ ଷ୍ଟାଣ୍ଡରେ ନବୀକରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ନିର୍ଦେଶ ଦିଆଯାଇଛି। ସେହିପରି ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟରେ ୫୦ଟି ବ୍ଲକ୍‌ରେ ବସ୍ ବେ’ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି।
ଭୁବନେଶ୍ବରରୁ ଜିଲାକୁ…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories