www.samajalive.in
Monday, December 15, 2025
27.1 C
Bhubaneswar

ଦଳର ଯୁବ ଖେଳାଳିଙ୍କୁ କୋହଲିଙ୍କ ପ୍ରଶଂସା

ମାଉଣ୍ଟ ମୌଙ୍ଗାନୁଇ : ସୋମବାର ନ୍ୟଜିଲାଣ୍ଡ ବିପକ୍ଷ ୩ୟ ଦିନିକିଆରେ ଭାରତ ବିପୁଳ ବିଜୟ ହାସଲ କରିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇ ସିରିଜ୍‌ ହାତେଇ ସାରିଛି। ବାକି ଦୁଇଟି ମ୍ୟାଚ୍‌ରେ ଦଳ ନିଶ୍ଚିତ ଭାବେ ଯୁବ ​‌ଖେଳାଳିଙ୍କୁ ସୁଯୋଗ ଦେବ।
କୋହଲି କହିଥିଲେ, ଭାରତୀୟ ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଛି। ଦଳରେ ଥିବା ସିନିୟର ଖେଳାଳିମାନେ ଭଲ ପ୍ରଦର୍ଶନ କରି ଆସୁଥିବା ବେଳେ ଯୁବ ଖେଳାଳିମାନେ ମଧ୍ୟ ଭାରତର ବିଜୟ ଧାରାକୁ ଆଗେଇ ନେବେ ବୋଲି ଆଶା କରାଯାଉଛି। ଯୁବ ବ୍ୟାଟସମ୍ୟାନ୍‌ ଶୁବମାନ୍‌ ଗିଲ୍‌ଙ୍କ ଉଦାହରଣ ଦେଇ କୋହଲି କହିଥିଲେ ଶୁବମାନ୍‌ ନେଟ୍‌ସରେ ବ୍ୟାଟିଂ କରୁଥିବା ଦେଖିଲେ ତାଙ୍କୁ ବହୁତ ଖୁସି ଲାଗେ। ମାତ୍ର ୧୯ ବର୍ଷ ବୟସରେ ଶୁବମାନ୍‌ଙ୍କ ନିକଟରେ ଯେଉଁ ଦକ୍ଷତା ରହିଛି ତାହା ତାଙ୍କ ନିକଟରେ ସେହି ବୟସରେ ନ ଥିବା ଅନୁଭବ କରୁଛନ୍ତି। ଅନ୍ୟତମ ଭାରତୀୟ ଯୁବ କ୍ରିକେଟର୍‌ ପୃଥ୍ବୀ ସ’ ମିଳିଥିବା ସୁଯୋଗର ବେଶ୍‌ ସଦୁପଯୋଗ କରିଥିବା ବେଳେ ଶୁବମାନ୍‌ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ସଫଳତା ପାଇବେ ବୋଲି କୋହଲି ଆଶାବ୍ୟକ୍ତ କରିଛନ୍ତି। ଯୁବ ଖେଳାଳିମାନେ ଯଦି ଭଲ ପ୍ରଦର୍ଶନ ବଜାୟ ରଖିବାରେ ସଫଳ ହୁଅନ୍ତି ତେବେ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ବେଶ୍‌ ଉଜ୍ବଳ ବୋଲି କୁହାଯାଇ ପାରିବ ବୋଲି କୋହଲି ମତ ଦେଇଛନ୍ତି। ସୂଚନାଥାଉକି ଶୁବମାନ୍‌ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ସେ ଏହି ଟୁର୍ଣ୍ଣାମେଣ୍ଟରେ ୩ନଂରେ ବ୍ୟାଟିଂ କରି ୪୧୮ ରନ୍‌ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଭାବେ ବିବେଚିତ କରାଯାଇଥିଲା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories