www.samajalive.in
Monday, December 15, 2025
17.1 C
Bhubaneswar

ଗଣତନ୍ତ୍ର ଦିବସ ପରେଡ୍ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ଟିକେଟ୍ ବିକ୍ରି

ଡେସ୍କ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ଏବଂ ବିଟିଂ ରିଟ୍ରିଟ୍ ସମାରୋହ ପାଇଁ ଟିକେଟ୍ ବିକ୍ରି ଗୁରୁବାରଠାରୁ ଅନଲାଇନ୍ ଓ ଅଫଲାଇନ୍ ବ୍ୟବସ୍ଥାରେ ଆରମ୍ଭ ହେବ। ଏହି ଏଣ୍ଟ୍ରି ଟିକେଟ୍ ଅନଲାଇନ୍ ପ୍ଲାଟଫର୍ମ କିମ୍ବା ନିର୍ଦ୍ଧାରିତ ଟିକେଟ୍ କାଉଣ୍ଟର ଜରିଆରେ କିଣାଯାଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ସବୁ କାର୍ଯ୍ୟକ୍ରମ ଦେଖିବାକୁ ଇଚ୍ଛୁକ ଲୋକମାନେ ଅନଲାଇନ କିମ୍ବା ଦିଲ୍ଲୀର ନିର୍ଦ୍ଧାରିତ କାଉଣ୍ଟରରୁ ଟିକେଟ କିଣିପାରିବେ।

ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ଟିକେଟ୍ ମୂଲ୍ୟ ୨୦ ଓ ୧୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଜାନୁଆରୀ ୨୮ରେ ବିଟିଂ ରିଟ୍ରିଟ୍ ରିହର୍ସଲ ପାଇଁ ଟିକେଟ୍ ମୂଲ୍ୟ ୨୦ ଟଙ୍କାରେ ଉପଲବ୍ଧ ହେବ। ଜାନୁଆରୀ ୨୯ରେ ହେବାକୁ ଥିବା ବିଟିଂ ରିଟ୍ରିଟ୍ ସମାରୋହ ପାଇଁ ୧୦୦ ଟଙ୍କାରେ ଟିକେଟ୍ ଉପଲବ୍ଧ ହେବ। ଦୈନିକ କୋଟା ସରିବା ପର୍ଯ୍ୟନ୍ତ ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଟିକେଟ୍ ବିକ୍ରି ଜାରି ରହିବ ବୋଲି ଜଣାପଡିଛି।

- Advertisement -

ସାଧାରଣ ଜନତା ସରକାରୀ ୱେବସାଇଟ୍ aamantran.mod.gov.in କିମ୍ବା ‘Aamantran’ ମୋବାଇଲ ଆପ୍ ଜରିଆରେ ଟିକେଟ୍ କିଣିପାରିବେ। ଏହି ଆପ୍ ମୋବାଇଲ ସେବା ଆପ ଷ୍ଟୋରରୁ ଡାଉନଲୋଡ୍ କରାଯାଇପାରିବ। କ୍ରୟ ଉଦ୍ଦେଶ୍ୟରେ ଅଫିସିଆଲ୍ ପ୍ଲାଟଫର୍ମରେ ଆପ୍ ପାଇଁ ଏକ କ୍ୟୁଆର୍ କୋଡ୍ ମଧ୍ୟ ଉପଲବ୍ଧ ହେଉଛି।

ସେହିପରି ଦିଲ୍ଲୀର ୫ଟି ସ୍ଥାନ ସେନା ଭବନ (ଗେଟ୍ ନମ୍ବର ୨), ଶାସ୍ତ୍ରୀ ଭବନ (ଗେଟ୍ ନମ୍ବର ୩), ଜନ୍ତରମନ୍ତର (ମେନ୍ ଗେଟ୍), ପ୍ରଗତି ମଇଦାନ (ଗେଟ୍ ନମ୍ବର ୧) ଏବଂ ରାଜୀବ ଛକ ମେଟ୍ରୋ ଷ୍ଟେସନ୍ (ଗେଟ୍ ନମ୍ବର ୭ ଓ ୮)ରେ ମଧ୍ୟ ସାଧାରଣ ଜନତା ଟିକେଟ୍ କିଣିପାରିବେ। ଜାନୁଆରୀ ୨ରୁ ଜାନୁଆରୀ ୧୧, ସକାଳ ୧୦ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଏହି କାଉଣ୍ଟରରୁ ଲୋକେ ଟିକେଟ୍ କିଣିପାରିବେ।

ଟିକେଟ କିଣିବା ପାଇଁ ଓ ଟିକେଟ କିଣି ସମାରୋହରେ ଯୋଗ ଦେବା ପାଇଁ ଆଧାର, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ କିମ୍ବା କୌଣସି ସରକାରୀ କାର୍ଡ ଭଳି ବୈଧ ଫଟୋ ପରିଚୟ ପତ୍ର ଆବଶ୍ୟକ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories