ଭୁବନେଶ୍ୱର: ଭୁବନେଶ୍ୱର ଆଇଆରସି ଭିଲେଜ୍ ସ୍ଥିତ ଏନ-୩ ଯୁଧିଷ୍ଠିର ଦାସ ପାର୍କ ପରିସରରେ ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶା ପ୍ରାନ୍ତ ତଥା ନୟାପଲ୍ଲୀ ଯୋଗ ଜିଲା ତରଫରୁ ମହିଳାମାନଙ୍କ ସମ୍ମାନାର୍ଥେ ଏବଂ ସେମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟରେ , “ମହିଳା ଯୋଗଶକ୍ତି ଦିବସ” ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି । ଏଥିରେ ନୟାପଲ୍ଲୀ ଯୋଗ ଜିଲା ଅନ୍ତର୍ଭୁକ୍ତ ୧୧ଟି କେନ୍ଦ୍ରର ସାଧିକା ମାନଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ରୂପେ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମହିଳା ଅଧିକାରୀ ମାନେ ବିଭିନ୍ନ ଆସନ, ପ୍ରାଣାୟମର ଅଭ୍ୟାସ ସହ ଭଜନ ଗାନ, କବିତା ପାଠ ସହ ଯୋଗ ଦ୍ୱାରା ମିଳିଥିବା ଉପଶମର ନିଜ ନିଜ ଅନୁଭୂତିକୁ ସର୍ବ ସମ୍ମୁଖରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ୮ ଜଣ ସାଧିକାଙ୍କୁ “ଉଦୀୟମାନ ଶିକ୍ଷକ” , ୪ ଜଣ ଅଧିକାରୀଙ୍କୁ “ଶ୍ରେଷ୍ଠ ନେତୃତ୍ୱ”, ଜଣଙ୍କୁ “ବରିଷ୍ଠ ପ୍ରଶିକ୍ଷିକା” ଏବଂ ଜଣଙ୍କୁ “ପ୍ରେରଣାଦାୟୀ ସମାଜସେବୀ” ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରାନ୍ତ ପ୍ରଧାନ ସୁରେଶ ମହାପାତ୍ର, ଓଡ଼ିଶା ପ୍ରାନ୍ତ ସଦସ୍ୟା ମଞ୍ଜୁଳା ମିଶ୍ର, ନୟାପଲ୍ଲୀ ଯୋଗ ଜିଲା ପ୍ରଧାନ ପ୍ରଦୀପ୍ତ କୁମାର ମହାନ୍ତି, ଉପ ପ୍ରଧାନ ଶ୍ରୀ ରାମ କିଶୋର ଶର୍ମା , ଜିଲ୍ଲା ମନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥ, ଜିଲ୍ଲା ସଂଗଠନ ମନ୍ତ୍ରୀ ଜୟଶ୍ରୀ ପଣ୍ଡା ଯୋଗଦାନ ଦେଇ ସମସ୍ତ ସାଧିକାମାନଙ୍କୁ ଉତ୍ସାହିତ କରିବା ସହ ମହିଳା ଶକ୍ତିରେ ଯୋଗର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନଲାଇନ୍ ମାଧ୍ୟମରେ ଓଡ଼ିଶା ପ୍ରାନ୍ତ ଉପ ପ୍ରଧାନ ପ୍ରାଣବନ୍ଧୁ ବେହେରା ଜିଲ୍ଲାର ସାଧିକାମାନଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ଏହି କାର୍ଯ୍ୟକ୍ରମକୁ ଶୁଭ୍ରସିମା ମହାନ୍ତି ପରିଚାଳନା କରିଥିଲେ।



