www.samajalive.in
Monday, December 15, 2025
15.1 C
Bhubaneswar

‘ସ୍ନାତକମାନେ ଚାକିରି ସୃଷ୍ଟିକର୍ତ୍ତା ସାଜନ୍ତୁ’

ଭୁବନେଶ୍ୱର : ଆଇଆଇଟି ଭୁବନେଶ୍ବର ଜ୍ଞାନ, ଅନୁସନ୍ଧାନ ଏବଂ ଅଭିନବ ପ୍ରତିଷ୍ଠାନ ହେବାକୁ ଉଦ୍ୟମ କରିବା ଉଚିତ। ସ୍ନାତକମାନେ ଚାକିରି ସନ୍ଧାନକାରୀ ପରିବର୍ଭେ ଚାକିରି ସୃଷ୍ଟିକର୍ତ୍ତା ସାଜନ୍ତୁ। ଆଇଆଇଟି ଭୁବନେଶ୍ଵର ଏବଂ ଏହାର ଛାତ୍ରଛାତ୍ରୀ ୨୦୩୬ ସୁଦ୍ଧା ଓଡ଼ିଶା ତଥା ୨୦୪୭ ସୁଦ୍ଧା ଦେଶର ଅଭିବୃଦ୍ଧି ପ୍ରକ୍ରିୟା ବଢ଼ାଇବା ପାଇଁ ଷ୍ଟାର୍ଟ ଅପ୍ ଏବଂ ଉଦ୍ୟୋଗୀ ଇକୋସିଷ୍ଟମ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବରର ଦ୍ବାଦଶ ଏବଂ ତ୍ରୟୋଦଶ ସଂଯୁକ୍ତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସମ୍ମାନିତ ଅତିଥିଭାବେ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ର. ଅଜୟ କୁମାର ସୁଦ, ପରମାଣୁ ଶକ୍ତି ଆୟୋଗ ଅଧ୍ଯକ୍ଷ ଡ. ଅଜିତ କୁମାର ମହାନ୍ତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ପ୍ର. ଅଭୟ କରଣ୍ଡିକର ପ୍ରମୁଖ ଯୋଗ ଦେଇଥିଲେ। ଆଇଆଇଟି ଭୁବନେଶ୍ବରର ବୋର୍ଡ ଅଫ୍ ଗଭର୍ଣର୍ସ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ସିଂ ସଭାପତିତ୍ବ କରିଥିଲେ। ଆଇଆଇଟି ଭୁବନେଶ୍ଵର ନିର୍ଦେଶକ ପ୍ର. ଶ୍ରୀପଦ୍ କରମଲିକର ସମାବର୍ତ୍ତନ ରିପୋର୍ଟ ଉପସ୍ଥାପନ କରିଥିଲେ।

- Advertisement -

ପ୍ର. ସୁଦ କହିଲେ, ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀ ହେବା ପାଇଁ ଅନୁସନ୍ଧାନ ଏବଂ ନବସୃଜନ ମାଧ୍ୟମରେ ଜ୍ଞାନ ସୃଷ୍ଟି ଏକାନ୍ତ ଆବଶ୍ୟକ। ଡ. ମହାନ୍ତି କହିଲେ, ଦେଶର ଯୁବକମାନେ ଅଭିନବ କରିବାର ସାମର୍ଥ୍ୟ ରଖୁଛନ୍ତି ଏବଂ ସେମାନେ ଏହି ଶକ୍ତିକୁ ଦେଶର ବିକାଶ ଦିଗରେ ବ୍ୟବହାର କରିବା ଉଚିତ। ପ୍ର କରଣ୍ଡିକର କହିଲେ, ବିଶ୍ଵ ମାନଚିତ୍ରରେ ଏକ ଚିହ୍ନ ସୃଷ୍ଟି କରିବାକୁ ଦେଶ ବିଜ୍ଞାନ ଏବଂ ଆଇଆଇଟି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବୃହତ୍ ଲମ୍ଫ ଦେଇଛି। ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ ଦୃଷ୍ଟିରୁ ଭାରତ ତୃତୀୟ ବୃହତ୍ତମ ହୋଇପାରିଛି। ନିର୍ଦେଶକ ଶ୍ରୀପଦ୍ କରମଲକର କହିଲେ, ୨୦୦୮ ରେ ଏହାର ଭିଭିପ୍ରସ୍ତରରୁ ଭୁବନେଶ୍ଵର ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି। ଏହା ବିକଶିତ ଭାରତ @୨୦୪୭ ଦର୍ଶନ ଆଧାରରେ ଏନଇପି-୨୦୨୦ ପଦକ୍ଷେପ ସହିତ ନିଜକୁ ସମତୁଲ କରିଛି।

ପ୍ରତିଷ୍ଠାନ ପକ୍ଷରୁ ୨୦୨୨-୨୩ ଏବଂ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୧୩୮୮ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮% ହେଉଛନ୍ତି ପିଏଚ୍‌ଡି, ୧୯% ଏମ୍. ଟେକ, ୧୪% ଏମ୍ଏସ୍‌ସି, ୧୪% ଡୁଆଲ ଡିଗ୍ରୀ (ବି.ଟେକ ଓ ଏମ୍ ଟେକ) ଏବଂ ୪୫% ବି.ଟେକ ଛାତ୍ରଛାତ୍ରୀ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories