www.samajalive.in
Friday, December 12, 2025
15.1 C
Bhubaneswar

ଭିଜିଲାନ୍ସ ହାବୁଡ଼ରୁ ଏଏସଆଇ ଫେରାର

ଭବାନୀପାଟଣା: ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଭିଜିଲାନ୍ସ ଜାଲରେ ପଡ଼ିବା ଆଗରୁ ଥାନାରୁ ଚମ୍ପଟ ମାରିଛନ୍ତି। ଏକ ଗଣ୍ଡଗୋଳ ମାମଲାର ରଫାଦଫା ପାଇଁ ଗୋଇରାପଦର ଗାଁର ପ୍ରଭାକର ପୁଝାରୀଙ୍କ ଠାରୁ ଏଏସଆଇ ଶ୍ରୀ ଖେମୁଣ୍ଡୁ, ଶ୍ରୀମୁଖ ବାଗ ନାମକ ହୋମଗାର୍ଡ ମାଧ୍ୟମରେ ୩୫୦୦ ଟଙ୍କା ନେଉଥିଲେ। ଗୁରୁବାର ରାତିରେ ଭିଜିଲାନ୍ସ ଟିମ୍ ଉପସ୍ଥିତିରେ କୁଲିହାରି ଗାଁରେ ଟଙ୍କା ନେଣଦେଣ ପରେ ହୋମଗାର୍ଡ ସୂଚନା ଦେବା ପରେ ଏଏସଆଇ ଜଣକ, ସକାଳେ ଟଙ୍କା ଦେବାକୁ ହୋମଗାର୍ଡକୁ ନିର୍ଦ୍ଦେଶ ଦେଲେ। ହେଲେ ଏଏସଆଇଙ୍କୁ ଧରିବାକୁ ଭିଜିଲାନ୍ସ ଟିମ୍ ଜୁନାଗଡ଼ ଥାନାକୁ ଆସିବା ପରେ ଅନ୍ଧାରର ସୁଯୋଗ ନେଇ ଏଏସଆଇ ଶ୍ରୀ ଖେମୁଣ୍ଡୁ ଚମ୍ପଟ ମାରିଥିଲେ। ସମ୍ପୃକ୍ତ ହୋମଗାର୍ଡକୁ ଅଟକ ରଖି ଫେରାର ଏଏସଆଇଙ୍କୁ ଭିଜିଲାନ୍ସ ଖୋଜୁଛି। ଏକଦା ଜୁନାଗଡ଼ ଥାନା ର ଜଣେ ଥାନାଧିକାରୀଙ୍କୁ ଭିଜିଲାନ୍ସ ଟିମ୍ ଗୋଡ଼ାଇ ଗୋଡ଼ାଇ ଏକ ଗ୍ୟାରେଜ ନିକଟରେ ଧରିବାରୁ ସେ ନାଳିର ମଇଳାରେ ହାତ ବୁଡ଼େଇ ଦେଇଥିଲେ। ସେହିଭଳି ଏଇ ଥାନାର ଜଣେ ଏସଆଇ ଟଙ୍କା ସହିତ ଲକ୍ଷ୍ମୀ ସାଗର ପଡ଼ା ରେ ଲୁଚି ଥିବା ବେଳେ ଭିଜିଲାନ୍ସ ଟିମ୍ ଖୋଜି ବାହାର କରିଥିଲା।

ଏହି ଧଳା ଶସ୍ତା ଜିନିଷ ଦୂର କରେ ବାସ୍ତୁ ଦୋଷ ; ଜାଣନ୍ତୁ ଚୁଟ୍‌କିରେ ଏହି ଉପାୟରେ ଘରେ କେବେ ହେବନି ଧନ ଅଭାବ, ସ୍ୱାମୀ-ସ୍ତ୍ରୀଙ୍କ ଝଗଡା, ଅଶାନ୍ତି..

ଖୁବ୍‌ ଖାସ୍‌ ନୂଆବର୍ଷ; ପ୍ରଥମ ସପ୍ତାହରେ ବୁଧଙ୍କ ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

- Advertisement -

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories