www.samajalive.in
Tuesday, December 9, 2025
19.1 C
Bhubaneswar

କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ ବ୍ୟାଙ୍କ

ନୂଆଦିଲ୍ଲୀ: କ୍ରେଡିଟ୍‌ କାର୍ଡ ବକେୟା ଉପରେ ବ୍ୟବହାରକାରୀଙ୍କ ଠାରୁ ବ୍ୟାଙ୍କ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ। ଏ ନେଇ ସୁପ୍ରିମକୋର୍ଟ ନିଜ ରାୟରେ ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଥାଉ କି ୨୦୦୮ରେ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆର୍‌ସି) ଏକ ମାମଲାର ଶୁଣାଣି କରି କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟକୁ ଅନୁଚିତ ବୋଲି ରାୟ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ଏନସିଡିଆର୍‌ସିର ରାୟକୁ ଖାରଜ କରି ବ୍ୟାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ବେଲା ଏମ୍‌. ତ୍ରିବେଦୀ ଓ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ପୀଠ ନିଜ ରାୟରେ ଦର୍ଶାଇଛନ୍ତି ଯେ ବ୍ୟାଙ୍କିକ୍‌ ରେଗୁଲସନ ଆଇନ ୧୯୪୯ ଅନୁଯାୟୀ ସୁଧହାର ସ୍ଥିର କରିବା କ୍ଷମତା ବ୍ୟାଙ୍କ ନିକଟରେ ରହିଛି। ସେହିପରି କ୍ରେଡିଟ୍‌ କାର୍ଡ ପାଇଁ ଆବେଦନ କରୁଥିବା ସମୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ବ୍ୟାଙ୍କ ତରଫରୁ ସୁଧହାର ସମ୍ପର୍କରେ ଅବଗତ କରାଯାଇଥାଏ। ତେଣୁ କ୍ରେଡିଟ୍‌ କାର୍ଡ ବକେୟା ଉପରେ ବ୍ୟାଙ୍କ ତରଫରୁ ୩୦%ରୁ ଅଧିକ ସୁଧ ଆଦାୟ କରାଯିବା କାର୍ଡ ବ୍ୟବହାରୀଙ୍କ ପ୍ରତି ଅନ୍ୟାୟ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ବ୍ୟାଙ୍କର ସୁଧହାରକୁ ନିୟନ୍ତ୍ରଣ କରିବାର କ୍ଷମତା କେବଳ ରିଜର୍ଭ ବ୍ୟାଙ୍କର ରହିଛି ବୋଲି ପୀଠ ନିଜ  ରାୟରେ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories