ଆସିଲା ହୋଣ୍ଡାର ନୂଆ ୟୁନିକର୍ନ, ଅନେକ ନୂଆ ଫିଚର ସାମିଲ
ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଏଣ୍ଡ୍ ସ୍କୁଟର ଇଣ୍ଡିଆ ଭାରତୀୟ ବଜାରରେ ୨୦୨୫ ୟୁନିକର୍ନ ମୋଟରସାଇକେଲ ଲଞ୍ଚ୍ କରିଦେଇଛି । କମ୍ପାନୀ ଏହାର ଏକ୍ସ-ଶୋରୁମ୍ ଦାମ୍ ୧,୧୯,୪୮୧ ଟଙ୍କା ରଖିଛି । କମ୍ପାନୀ ଏଥିରେ ନୂଆ ଫିଚର୍ସ ଯୋଡିଛି । ଏବେ ନୂଆ ହୋଣ୍ଡା ୟୁନିକର୍ନରେ କ୍ରୋମ୍ ଏମ୍ବେଲିଶମେଣ୍ଟ ସହିତ ନୂଆ ଏଲଇଡି ହେଡଲ୍ୟାମ୍ପ ସହିତ ଅପଡେଟେଡ୍ ଫେସିୟା ଦିଆଯାଇଛି ।
ଏଥିରେ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି ଯାହା ଗିୟର ପୋଜିସନ୍ ଇଣ୍ଡିକେଟର, ଇକୋ ଇଣ୍ଡିକେଟର ଓ ସର୍ଭିସ ଡ୍ୟୁ ଇଣ୍ଡିକେଟର ଭଳି ଅନେକ ତଥ୍ୟ ଦର୍ଶାଉଛି । ଏଥିରେ ୟୁଏସବି ଟାଇପ୍ ସି ଚାର୍ଜିଂ ପୋର୍ଟ ମଧ୍ୟ ଦିଆଯାଇଛି । ଏହା କଳା, ଗ୍ରେ ଓ ଲାଲ୍ ରଙ୍ଗର ବିକଳ୍ପ ସହିତ ବଜାରକୁ ଆସିଛି ।
ଏଥିରେ ୧୬୨.୭୧ ସିସିର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦିଆଯାଇଛି ଯାହା ଓବିଡି୨ବି ନିୟମର ଅନୁପାଳନ କରୁଛି । ପୁରୁଣା ମଡେଲ ତୁଳନାରେ ଏହି ମୋଟର ୧୩ ବିଏଚପିର ପାଓ୍ବର ଓ ୧୪.୫୮ ନ୍ୟୁଟନ ମିଟର ଟର୍କ ଉତ୍ପନ କରୁଛି । ଇଞ୍ଜିନକୁ ୫ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି । ଏହି ଅପଡେଟ୍ ସହିତ ୨୦୨୫ ୟୁନିକର୍ନ ଦାମ୍ ୮,୧୮୦ ଟଙ୍କା ବଢିଯାଇଛି । ପୁରୁଣା ମଡେଲର ଏକ୍ସ-ଶୋରୁମ୍ ଦାମ୍ ୧,୧୧,୩୦୧ ଟଙ୍କା ଥିଲା ।
Comments are closed.