www.samajalive.in
Saturday, December 13, 2025
14.1 C
Bhubaneswar

ବିଲରେ ଉଜୁଡା ଫସଲ ଦେଖି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଛତ୍ରପୁର: ଜୀବନ ହାରିଲେ ଆଉ ଜଣେ ଚାଷୀ। ଗଞ୍ଜାମ ଛତ୍ରପୁର ବ୍ଲକ୍‌ ବଡ଼ ମାଧପୁର ପଞ୍ଚାୟତ ଅଧୀନ ବରଙ୍ଗ ଗ୍ରାମର ଜଣେ ଚାଷୀ ଉଜୁଡ଼ା ଫସଲ ଦେଖି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ। ମୃତ ଚାଷୀ ହେଲେ ବନମାଳି ପେଣ୍ଠେଇ (୬୪) । ସେ ଜଣେ ଭାଗଚାଷୀ । ଗରିବ ଚାଷୀ ହୋଇଥିବାରୁ ବନମାଳିଙ୍କ ଅଳ୍ପ ପରିମାଣର ନିଜସ୍ବ ଚାଷ ଜମି ଥିବାରୁ ସେ ଗ୍ରାମର କେତେଜଣଙ୍କ ଜମିରେ ଭାଗ ଚାଷ କରି ଆସୁଥିଲେ। ବହୁ ଧାର କରଜ କରି ସେ ଏଥର ଧାନ ଫସଲ କରିଥିଲେ। ଲଗାଣ ବର୍ଷାରେ ତାଙ୍କ ପାଚିଲା ଧାନ ଜମିରେ ଭିଜି ଯାଇଥିଲା। ଏହାକୁ ଉଦ୍ଧାର ପାଇଁ ବନମାଳି ୨/୩ଦିନ ହେଲା ବହୁ ଚେଷ୍ଟା କରୁଥିଲେ ମଧ୍ୟ ପୁନର୍ବାର ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ସେହି ଧାନ ଫସଲ ବିଲରେ ଭାସୁଥିଲା ।
ଏହା ଦେଖି ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଧାର କରଜ କିପରି ଶୁଝିବେ ସେହି ଚିନ୍ତାରେ ରହୁଥିଲେ। ଆଜି ସକାଳୁ ନିଜ ବିଲକୁ ଯାଇ ଜମି ଦେଖିବା ସହ ଘରକୁ ଆସି ଶୌଚାଳୟକୁ ଯାଇ ସେଠାରେ ସେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଓ ପରିବାରଲୋକ କହିଛନ୍ତି।

ରାଜଧାନୀରେ ମଠ ଉପରେ ବୋମାମାଡ; ପୋଡି ହୋଇ ବାବା ଗୁରୁତର

- Advertisement -

ସୂଚନା ଯୋଗ୍ୟ ଯେ ତାଙ୍କର ୪ଟା ଝିଅ ଓ ଗୋଟିଏ ପୁଅ ବିବାହ କରି ସାରିଛନ୍ତି। ପୁଅ ଦାଦନ ଖଟିବାକୁ ରାଜ୍ୟ ବାହାରେ ଅଛନ୍ତି। ଚାଷୀ ଜଣକ ଚଳିତ ବର୍ଷ ପ୍ରାୟ ୫ଏକର ଜମିରେ ଧାନ ଫସଲ ଭାଗ ହିସାବରେ ଚାଷ କରିଥିଲେ। ପ୍ରାୟ ୨ ଲକ୍ଷ ଟଙ୍କା ଅନ୍ୟମାନଙ୍କ ଠାରୁ ଧାର କରଜ ଆଣି ଚାଷରେ ଲଗାଇଥିଲେ। ଘଟଣାସ୍ଥଳରେ ରାଜସ୍ୱ ବିଭାଗ ଓ ପୁଲିସ ପହଂଚି ତଦନ୍ତ କରୁଛନ୍ତି।

ବିଜେଡି ୨୮ ତମ ପ୍ରତିଷ୍ଠା ଦିବସ ; ଓଡିଶାର ହକର ଲଢେଇରେ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ – ନବୀନ

ସେପଟେ କେନ୍ଦ୍ରାପଡାରେ ଜଣେ ଚାଷୀ ଧାନ ଫସଲ ନଷ୍ଟ ହୋଇଯାଇଥିବା ଦେଖି ହୃଦଘାତରେ ତାଙ୍କ ଜୀବନ ଚାଲି ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଦୁର୍ବଳ ହେଲା ଲଘୁଚାପ; କମିବ ବର୍ଷା, କୋହଲା ପାଗ ଜାରି..

ନୂଆବର୍ଷରେ ୧୦ ଥର ଚଳନ କରିବେ ଶୁକ୍ର ; ଏହି ରାଶିଙ୍କୁ କରିବେ ମାଲାମାଲ୍‌, ହେବ ବିବାହ,ମିଳିବ ଚାକିରି..

ଦେଖନ୍ତୁ ଭିଡିଓ; ଶାବକ ସିଂହର ଲାଞ୍ଜ କାମୁଡିବା ପରେ..

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories