www.samajalive.in
Sunday, December 7, 2025
26.1 C
Bhubaneswar

ଇଡବ୍ଲ୍ୟୁଏସ୍ କୋଟା ଅନ୍ୟ ସଂରକ୍ଷଣକୁ ପ୍ରଭାବିତ କରିବ ନାହିଁ: ପ୍ରଧାନମନ୍ତ୍ରୀ

ମଦୁରାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ତାମିଲନାଡୁର ମଦୁରାଇରେ ବିଜେପିର ନିର୍ବାଚନ ରାଲିରେ ଯୋଗ ଦେଇ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍)ଙ୍କ ପାଇଁ ହୋଇଥିବା ୧୦% ସଂରକ୍ଷଣ ବ୍ୟବସ୍ଥା ପୂର୍ବରୁ ଧାର୍ଯ୍ୟ ଅନ୍ୟ ସଂରକ୍ଷଣକୁ ପ୍ରଭାବିତ କରିବ ନାହିଁ। ଏ ନେଇ ରହିଥିବା ଆଇନଗତ ବ୍ୟବସ୍ଥାକୁ ନଜର ରଖି ସରକାର ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ତେବେ ଏହି ଇଡବ୍ଲ୍ୟୁଏସ୍ କୋଟାକୁ ନେଇ କେତେକ ରାଜ୍ୟରେ ସନ୍ଦେହ ଓ ଅବିଶ୍ବାସର ବାତାବରଣ ସୃଷ୍ଟି କରାଯାଉଛି। ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦେବାକୁ ସରକାର ୧୦% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଏହି ସଂରକ୍ଷଣ ପୂର୍ବରୁ ରହିଥିବା ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ସଂରକ୍ଷଣକୁ ପ୍ରଭାବିତ କରିବ ନାହିଁ। ଏହି ସଂରକ୍ଷଣ ବ୍ୟବସ୍ଥାକୁ ଚାଲେଞ୍ଜ କରି ତାମିଲନାଡୁର ଡିଏମକେ ମାଡ୍ରାସ ହାଇକୋର୍ଟରେ ପିଟିସନ ଦାୟର କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶକୁ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହିସବୁ ପଦକ୍ଷେପ ବିରୋଧୀ ଦଳଗୁଡିକ ଲାଗି ବୁମେରାଂ​‌ ହୋଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories