www.samajalive.in
Sunday, December 7, 2025
23.1 C
Bhubaneswar

ହାଇକୋର୍ଟର ପ୍ରତି ଜଜଙ୍କ ପାଖରେ ବିଚାରଧୀନ ଅଛି ୪୪୧୯ ମାମଲା

ନୂଆଦିଲ୍ଲୀ : ହାଇକୋର୍ଟର ପ୍ରତ୍ୟେକ ବିଚାରପତିଙ୍କ ନିକଟରେ ୪୪୧୯ଟି ଲେଖାଏଁ ମାମଲା ବିଚାରଧୀନ ଅଛି। ସେହିପରି ନିମ୍ନ ଅଦାଲତର ପ୍ରତି ବିଚାରପତିଙ୍କ ନିକଟରେ ୧୨୮୮ଟି ଲେଖାଏଁ ମାମଲା ବିଚାରଧୀନ ରହିଛି ବୋଲି ଆଇନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ନ୍ୟାସନାଲ ଡେଟା ଗ୍ରେଡ୍‍ ରିପୋର୍ଟ ଅନୁସାରେ ଦେଶର ୨୪ ହାଇକୋର୍ଟରେ ୪୭.୬୮ ଲକ୍ଷ ମାମଲା ବିଚାରଧୀନ ରହିଛି। ସେହିପରି ଜିଲା ଅଦାଲତ ଓ ନିମ୍ନ ଅଦାଲତରେ ୨.୯୧ କୋଟି ମାମଲା ବିଚାରଧୀନ ରହିଛି। ଏଥିରେ ତେଲଙ୍ଗାନା ରିପୋର୍ଟ ଅନ୍ତର୍ଭୁକ୍ତ ନାହିଁ। କାରଣ ଜାନୁଆରୀ ୧ରୁ ତେଲଙ୍ଗାନାରେ ହାଇକୋର୍ଟ କାର୍ଯ୍ୟ ଆରମ୍ଭ କରିଛି। ତେବେ ବିରାଧୀନ ମାମଲାର ତଥ୍ୟ ୨୦୧୮ ବର୍ଷ ଶେଷ ସୁଦ୍ଧା ସଂଗ୍ରହ କରାଯାଇଥିଲା, ବର୍ତ୍ତମାନ ଏହି ସଂଖ୍ୟାରେ ବୃଦ୍ଧି ଘଟିଥାଇପାରେ ବୋଲି କୁହାଯାଉଛି।
ରିପୋର୍ଟରେ କୁହାଯାଇଛି ଯେ ନ୍ୟାୟପାଳିକା ଏବେ ବିଚାରପତିଙ୍କ ଅଭାବରେ ଚାଲିଛି। ଅଧୀନସ୍ଥା ବା ନିମ୍ନ ଅଦାଲତରେ ୨୨,୬୪୪ ବିଚାରପତିଙ୍କ ଆବଶ୍ୟକତା ଥିବାବେଳେ ୧୭୫୦୯ ଜଣ ବିଚାରପତି ଅଛନ୍ତି। ନିମ୍ନ ଅଦାଲତଗୁଡ଼ିକରେ ୫୩୧୫ ବିଚାରପତି ପଦ ଖାଲି ପଡ଼ିଛି। ହାଇକୋର୍ଟରେ ୧୦୭୯ ଜଜଙ୍କ ପଦ ଥିବାବେଳେ ଏବେ ୬୯୫ ଜଣ କାର୍ଯ୍ୟ କରିଛନ୍ତି। ହାଇକୋର୍ଟରେ ୩୮୪ ବିଚାରପତି ପଦ ଖାଲିପଡ଼ିଛି। ତେଣୁ ନିମ୍ନ ଅଦାଲତରେ ଜଜଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରିତ କରିବାକୁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ କହିଛନ୍ତି। ବିଳମ୍ବିତ ନିଯୁକ୍ତି ପ୍ରକ୍ରିୟା ପାଇଁ ଏଭଳି ସମସ୍ୟା ଦେଖାଦେଇଛି ବୋଲି କୁହାଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories