ଦୁର୍ଦ୍ଦାନ୍ତ ମାଓ ନେତା ଗିରଫ, ୨୫ ଲକ୍ଷ ଥିଲା ପୁରସ୍କାର ରାଶି
ମାଲକାନଗିରି : ଦୁର୍ଦ୍ଦାନ୍ତ ମାଓନେତା ପ୍ରଭାକର ଗିରଫ। ୪୦ ବର୍ଷ ଧରି ମାଓ ସଙ୍ଗଠନରେ କାମ କରୁଥିବା ହାର୍ଡକୋର୍ ମାଓବାଦୀ ପ୍ରଭାକର। ସେ ହେଉଛନ୍କେତି ନ୍ଦ୍ରୀୟ କମିଟିର ସଚିବ ଗଣପତିଙ୍କର ଦାଦା ପୁଅ ଭାଇ । ଏଥିସହ ପ୍ରଭାକରଙ୍କର ପତ୍ନୀ ରାଜେ କାଙ୍ଗେ ମାଓ ସଙ୍ଗଠନର ଡିଭିଜିଓନାଲ କମିଟି ମେମ୍ବର ଭାବେ କାମ କରୁଛନ୍ତି। ପ୍ରଭାକର ଓରଫ ବାଲମୁରି ନାରାୟଣ ରାଓ ୧୯୮୪ ମସିହାରେ ମାଓ ସଙ୍ଗଠନ ସହ ଜଡିତ ହୋଇ କାମ କରୁଥିଲେ। ପ୍ରଭାକରଙ୍କ ନାଁରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଆଜି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ପ୍ରଭାକରଙ୍କୁ ପୁଲିସ୍ ଗିରଫ କରିଛି ।
Comments are closed.