ରାଜଧାନୀରେ ଲୁଟେରାଙ୍କ ଉତ୍ପାତ, ଶିରିଡି ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ, ପରିବାର ବ୍ୟବସାୟୀଙ୍କୁ ବି ଲୁଟିଲେ
ଭୁବନେଶ୍ୱର : ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ଘର ଓ ଆପାର୍ଟମେଣ୍ଟ। ପୁଣି ଜଣଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଲୁଟି ନେଲେ ୩୦ ଲକ୍ଷ ଟଙ୍କା ଓ ସୁନା ଗହଣା । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଲୁଟିଛନ୍ତି । ଏହି ଘଟଣା ନୟାପଲ୍ଲୀ ଥାନା ପାଇକନଗର ଅଞ୍ଚଳରେ ଘଟିଛି । ଘର ଲୋକେ ଶିରିଡି ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି । ଘରେ ଥିବା ଇମିଟେସନ୍ ଗହଣାକୁ ଲୁଟ୍ କରି ନାହାଁନ୍ତି । ତେବେ ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
ସେହିପରି ବାରଙ୍ଗ ଅଞ୍ଚଳରୁ ମଧ୍ୟ ଲୁଟ୍ର ଶିକାର ହୋଇଛନ୍ତି ଜଣେ ବ୍ୟବସାୟୀ । ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ତଳଗଡ ପିକଅପ ଭ୍ୟାଲି ଠାରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଛି । ଭୋର ସମୟରେ ଏହି ଘଟଣା ଘଟିଥିବା ଜଣାପଡିଛି । ସାନମୁଣ୍ଡଳୀ ଗ୍ରାମର ଜଣେ ପରିବା ବ୍ୟବସାୟୀ କଟକ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ବ୍ୟବସାୟୀ ଟଙ୍କା ନଦେବାରୁ ଲୁଟେରା ମାନେ ବନ୍ଧୁକ ଦେଖାଇ ତାଙ୍କ ପାଖରେ ଥିବା ୫ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ମାତ୍ର ୨୬,୯୯୯ ଟଙ୍କାରେ କିଣି ପାରିବେ ଆଇଫୋନ୍ ୧୫; ଜାଣନ୍ତୁ କେମିିତି,କେବଳ ୧୪ ମିନିଟ୍ରେ ଘରେ ପହଞ୍ଚିବ..
ଦେଖନ୍ତୁ ଭିଡିଓ; ଶୋଇଥିଲେ ସିଂହ, ହଠାତ୍ ମାରିଲା ବିଜୁଳି, ଆଉ ତା’ପରେ..
Comments are closed.