ମୃତ୍ୟୁ ପରେ ଚକ୍ଷୁଦାନ କଲେ ଶ୍ୟାମା
ସମ୍ବଲପୁର: ସ୍ଥାନୀୟ ଧନୁପାଲି ନିବାସୀ ପ୍ରଶାନ୍ତ ନାୟକ ଓ ଶ୍ୱେତା ନାୟକଙ୍କ ବଡ ଝିଅ ଶ୍ୟାମା ନାୟକଙ୍କ (୧୬ ବର୍ଷ) ଅଚାନକ ରବିବାର ସକାଳ ସମୟରେ ଖରାପ ହେବାରୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଣୁ ପରିବାର ଲୋକେ ସ୍ୱର୍ଗତା ଶ୍ୟାମାଙ୍କ ୨ ଚକ୍ଷୁ ଦାନ ପାଇଁ ମହାନତା ଦେଖାଇ ଇଚ୍ଛା ପ୍ରକାଶ କରିଥିଲେ। ଏଣୁ ତୁରନ୍ତ ବୁର୍ଲା ଭିମସାରର ଏକ ସ୍ୱତନ୍ତ୍ର ଦଳରେ ଡା. ସୁଶ୍ମିତା ମିଶ୍ର ଓ ଡା. ଗୁରୁଦେବ ବିଶି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଚକ୍ଷୁ ସଂଗ୍ରହ କରି ପ୍ରମାଣପତ୍ର ପ୍ରଦାନ କରି ଭିମସାର ସ୍ଥିତ ଚକ୍ଷୁ ବ୍ୟାଙ୍କକୁ ନେଇଥିଲେ। ଏହି ମହାନ କାର୍ଯ୍ୟ ପାଇଁ ନାୟକ ଦମ୍ପତ୍ତି ଓ ପରିବାରକୁ ସବୁ ମହଲରୁ ଉଚ୍ଚ ପ୍ରଶଂସା କରାଯାଉଛି।
Comments are closed.