www.samajalive.in
Sunday, December 7, 2025
13.1 C
Bhubaneswar

ଜାଣନ୍ତୁ, କେତେ ଉପକାରୀ ଭେଣ୍ଡି !

ସାଧାରଣତଃ ଆମ ମାନଙ୍କ ମଧ୍ୟରୁ ବହୁତ ଲୋକ ଭେଣ୍ଡି ଖାଇବାକୁ ଖୁବ୍ ଭଲ ପାଆନ୍ତି। ଏହା ମଧ୍ୟ ଏକ ସ୍ବାସ୍ଥ୍ୟ ଉପଯୋଗୀ ପରିବା। ଏଥିରେ ଅନେକ ପୋଷକ ତତ୍ତ୍ବ ଭରି ରହିଛି ଯାହା ଆମ ଶରୀରର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଭେଣ୍ଡିରେ କ୍ୟାଲସିୟମ, ଫସ୍ଫରସ୍, ଭିଟାମିନ କେ, ଏ, ବି ଏବଂ ସି ଭାରି ରହିଥାଏ। ଏଥିସହିତ ପ୍ରୋଟିନ୍, ଫାଇବର, କାବ୍ରୋହାଇଡ୍ରେଟ୍, ଆଇରନ୍, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଳି ପୋଷକ ତତ୍ତ୍ୱ ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ। ତେବେ ଚାଲନ୍ତୁ ଜାଣିବା ଭେଣ୍ଡି ଖାଇବା ଦ୍ବାରା ଆମ ଶରୀରର କି ଉପକାର କରିଥାଏ –

କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଦିଏ :
ମହିଳାମାନଙ୍କ କ୍ଷେତ୍ରରେ ବିଶେଷ କରି କେଶ ଝଡ଼ିବା ଏକ ନିୟମିତ ସମସ୍ୟା ହୋଇଥାଏ। ଏହାକୁ କମ୍ କରିବା ପାଇଁ ଭେଣ୍ଡିର ବ୍ୟବହାର କରିପାରିବେ। ଭେଣ୍ଡିକୁ କାଟି ସେଥିରେ ଲେମ୍ବୁ ରସ ପକାଇ ଫୁଟାଇ ନିଅନ୍ତୁ। ଏହାକୁ ବ୍ୟବହାର କରି କେଶ ଧୋଇ ନିଅନ୍ତୁ। ଏହାଦ୍ୱାରା କେଶ ମଜଭୁତ ହେବା ସହ କେଶ ଝଡ଼ିବା ଓ ରୂପି ସମସ୍ୟାରୁ ମୁକ୍ତି ମିଳିପାରିବ।

- Advertisement -

ପାଚନ କ୍ରିୟା ନିୟନ୍ତ୍ରିତ କରିଥାଏ :
ଭେଣ୍ଡି ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ଭିଟାମିନ-ସି ପାଚନ କ୍ରିୟାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ :
କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ଭେଣ୍ଡି ଖୁବ୍ ସହାୟକ ହୋଇଥାଏ। ତେଣୁ ଏପରି ସମସ୍ୟା ଥିବା ବ୍ୟକ୍ତିମାନେ ନିୟମିତ ଭେଣ୍ଡି ଖାଇବା ଉଚିତ୍। ଏଥିରେ ଥିବା ଫାଇବର୍ ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ।

ଓଜନ କମାଏ :
ଭେଣ୍ଡି ଓଜନ କମାଇବାରେ ବେଶ୍ ସହାୟକ ହୋଇଥାଏ। ଏଥିରେ ଥିବା ଫାଇବର ଚର୍ବିକୁ କମ୍ କରିବା ସହ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲୋରି ପରିମାଣ କମ୍ ଥାଏ। ମେଦ ବୃଦ୍ଧିରେ ଆକ୍ରାନ୍ତ ଲୋକେ କଞ୍ଚା ଭେଣ୍ଡି ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ।

ହୃଦ୍ ଜନିତ ସମସ୍ୟା ଦୂର କରେ :
ହୃଦ୍ ଜନିତ ସମସ୍ୟା ଥିଲେ ଭେଣ୍ଡି ଖାଇବା ଆବଶ୍ୟକ। କାରଣ ଏଥିରେ ଥିବା ଫାଇବର କୋଲେଷ୍ଟ୍ରଲ୍ କୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ହୃଦ୍‌ଘାତର ସମ୍ଭାବନାକୁ କମ୍ କରିଥାଏ।

ହାଡ଼ ମଜବୁତ୍ କରେ :
ହାଡ଼କୁ ଶକ୍ତ କରିବାରେ ଭେଣ୍ଡି ସହାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ-ଇ ଶରୀରର ହାଡ଼କୁ ଶକ୍ତ କରିଥାଏ।

ସଂକ୍ରମଣରୁ ରକ୍ଷା କରେ :
ଭେଣ୍ଡିରେ ଭିଟାମିନ-ସି ଭରପୂର ମାତ୍ରାରେ ରହିଥାଏ। ଏହା ଶରୀର ପାଇଁ ବେଶ୍ ଲାଭଦାୟକ। ବିଶେଷକରି ଏହା ପାଚନକ୍ରିୟାକୁ ତ୍ୱରାନ୍ଵିତ କରୁଥିବା ଯୋଗୁଁ ସଂକ୍ରମଣ ଜନିତ ରୋଗ କମ୍ ହୋଇଥାଏ।

ଆଖି ସମସ୍ୟା ଦୂର କରେ :
ଆଖି ପାଇଁ ମଧ୍ୟ ଭେଣ୍ଡି ବେଶ୍ ଲାଭଦାୟକ। ଏଥିରେ ଭିଟାମିନ-ସି ଥାଏ। ଯାହା ଆଖି ପାଇଁ ଉପକାରୀ ହୋଇଥାଏ।

ଗ୍ୟାସ୍ ସମସ୍ୟାରୁ ମୁକ୍ତି ଦିଏ :
ଭେଣ୍ଡିକୁ ସିଝାଇ ଏହାର ପାଣିକୁ ଛାଣି ୨୪ ଘଣ୍ଟା ପର୍ୟ୍ୟନ୍ତ ରଖି ଦିଅନ୍ତୁ। ସକାଳୁ ଖାଲି ପେଟରେ ଏହାକୁ ପିଇ ଅଧଘଣ୍ଟାପରେ ଜଳଖିଆ ଖାଇଲେ ଲାଭ ମିଳିଥାଏ। ବିଶେଷ କରି ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ।

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ :
ମଧୁମେହ ରୋଗୀ ଦରସିଝା ହୋଇଥିବା ଭେଣ୍ଡି ଖାଇବା ବେଶ୍ ଲାଭଦାୟକ ହୋଇଥାଏ। ଏହାକୁ ନିୟମିତ ଖାଇଲେ ଶରୀରରେ ଶର୍କରା ମାତ୍ରା କମ୍ ହୋଇଥାଏ।

ଗର୍ଭବତୀଙ୍କ ପାଇଁ ଖୁବ୍ ଉପକାରୀ :
ଗର୍ଭବତୀ ମହିଳାଙ୍କ ପାଇଁ ଭେଣ୍ଡି ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ସାଧାରଣତଃ ଭିଟାମିନ୍-ବି୯ର ପରିମାଣ ଅଧିକ ଥାଏ। ଯଦ୍ବାରା ଗର୍ଭରେ ବଢୁଥିବା ଶିଶୁକୁ ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories