ଖୋର୍ଦ୍ଧାରେ ସର୍ବାଧିକ ୭୫ ମିମି ବର୍ଷା ରେକର୍ଡ
ସମାଜ ଡିଜିଟାଲ ଡେସ୍କ: ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତ ଶୁକ୍ରବାର ବର୍ଷା ଲାଗି ରହିଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ୭୫ ମିଲିମିଟର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ଜଗତସିଂହପୁରରେ ୬୧.୨ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ, ପାରାଦୀପରେ ୬୧.୧ ମିମି, ଗୋପାଳପୁର ୫୮.୬, କଟକ ୩୩.୪, ଭୁବନେଶ୍ଵର ୫୧.୬, ପୁରୀ ୪୦.୫, ପାରଳାଖେମୁଣ୍ଡିରେ ୫୩, ଛତ୍ରପୁରରେ ୫୧.୮, ଭୁବନେଶ୍ଵରରେ ୫୧.୬ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ସୋନପୁରରେ ସର୍ବନିମ୍ନ ୧.୬ ମିମି ବର୍ଷା ରେକର୍ଡ ହୋଇଛି।
Comments are closed.