ଖାଦ୍ୟ ଅଭାବ ଯୋଗୁଁ ଜଙ୍ଗଲୀ ହାତୀ ଏବେ ଗାଁ ମୁହାଁ. ଗତିବିଧି ଜାଣିବାକୁ ଲାଗିଲା ସେନ୍ସର୍, ହାତୀ ଆକ୍ରମଣ ଜନିତ ମୃତ୍ୟୁ ହାର କମିବ
ଭୁବନେଶ୍ୱର: ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଜଙ୍ଗଲୀ ହାତୀ ଏବେ ଗାଁ ମୁହାଁ ହେଉଛନ୍ତି । ଅନେକ ସମୟରେ ଜଙ୍ଗଲୀ ହାତୀ ତାଙ୍କ ଖାଦ୍ୟ ଅନ୍ଵେଷଣରେ ଗାଁ ଭିତରକୁ ପଶି ଆସୁଛନ୍ତି। ମଣିଷମାନେ ସୂଚନା ପାଇପାରୁ ନଥିବା ଯୋଗୁଁ ଅନେକ ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ରଣ କରୁଛନ୍ତି। ତେଣୁ ବନ ବିଭାଗ ହାତୀ ଚଲାପଥ ଓ ହାତୀ ଚଳପ୍ରଚଳ କରୁଥିବା ଗାଁ ମୁଣ୍ଡରେ ସତର୍କତା ପାଇଁ ସୋଲାର ସେନ୍ସର୍ ଲଗାଇବା ବ୍ୟବସ୍ଥା କରାଯିବ।
ନୟାଗଡ଼ ଜିଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳ ଗୋପାଳପୁର ବନପାଳଙ୍କ ଅଞ୍ଚଳରେ ଦିନ ହେଲା ଦୀର୍ଘ ଦିନ ହାତୀ ଦଳଙ୍କ ଆତଙ୍କ ବଢ଼ିଛି। ଗୋପାଳପୁର ବନପାଳ ଅବିନାଶ ଖୁଣ୍ଟିଆଙ୍କ କହିଛନ୍ତି ଯେ ମୟୁରଝାଲିଆ ଉଚ୍ଚ ବିଦ୍ୟାଳୟ ଓ ମଠରେ ଦୁଇଟି, ଜଙ୍କିଆ, ଆ, ବାରଙ୍ଗ ଗାଡ଼ିଆ ଓ ରାଇପଡ଼ା ଠାରେ ଗୋଟିଏ ଲେଖାଁଏ ସୋଲାର ଫଳରେ ସେନ୍ସର୍ ପରୀକ୍ଷାମୂଳକ ଭାବେ ଲଗାଯାଇଛି। ହାତୀ ସେହି ଅଞ୍ଚଳକୁ ଆସିଲେ ସାଇରନ୍ ବାଜିବ। ଫଳ ଲୋକମାନେ ସତର୍କ ହୋଇପାରିବେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ ଏହାଦ୍ବାରା ହାତୀର ଗତିବିଧି ଜଣାପଡ଼ିବ ବୋଲି ବିଭାଗ କହିଛି । ବନ ବିଭାଗ ସେନସର୍ ଲଗାଇବା ଇବା ଯୋଗୁଁ ସ୍ଥାନୀୟ ଲୋକେ ବନ ବିଭାଗକୁ କୃତଜ୍ଞତା ଜଣାଇଛ ଛନ୍ତି।
Comments are closed.