www.samajalive.in
Tuesday, December 9, 2025
19.1 C
Bhubaneswar

ହ୍ବାଟ୍ସଆପରେ ଚାଟଜିପିଟି ସହ କରନ୍ତୁ ଚାଟ୍, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ : ଓପନ ଏଆଇର ଚାଟ୍ ଜିପିଟି କୃତ୍ରିମ ବୁଦ୍ଧିମତା ଦୁନିଆରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ନେଇଆସିଛି । ଏବେ କମ୍ପାନୀ ନିଜ ଏହି ଚାଟ୍ ବୋଟର ବିସ୍ତାର କରୁଛି । ଏହା ମଧ୍ୟରେ ଏବେ ଆପଣ ନିଜ ହ୍ବାଟ୍ସଆପ୍ ବା କଲ୍ କରି ଚାଟ୍ ଜିପିଟିକୁ ଆକ୍ସେସ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଏକ ନୂଆ ନମ୍ବର ଡାଏଲ କରିବାକୁ ହେବ କିମ୍ବା ହ୍ବାଟ୍ସଆପରେ ମେସେଜ୍ କରିବାକୁ ହେବ ।

ହ୍ବାଟ୍ସଆପରେ ଚାଟ୍ ଜିପିଟିର ଆକ୍ସେସ୍ ସେହି ସବୁ ସ୍ଥାନରେ ମିଳିବ ଯେଉଁଠି ଚାଟ୍ ଜିପିଟି ସେବା ପୂର୍ବରୁ ଉପଲବ୍ଧ ରହିଛି । ଆମେରିକାରେ ୟୁଜର୍ସ ୧୫ ମିନିଟ୍ ପାଇଁ ଚାଟ୍ ଜିପିଟିରୁ ଭଏସ୍ ମେଲରେ କଥା ହୋଇପାରିବେ । ବର୍ତ୍ତମାନେ ଏନେଇ ପରୀକ୍ଷା ଚାଲିଛି । ଏହାର ସୀମା ଆଗକୁ ବଢାଯାଇପାରେ । ଆମେରିକାରେ ଚାଟ୍ ଜିପିଟି ସହ କଥା ହେବା ପାଇଁ ୧-୮୦୦-୨୪୨-୮୪୭୮ ରେ କଲ୍ କରିପାରିବେ । ଏହା ସହିତ ଏହି ନମ୍ବରକୁ ସେଭ୍ କରି ଆପଣ ହ୍ବାଟ୍ସଆପରେ ଚାଟ୍ ଜିପିଟିକୁ ଆକ୍ସେସ୍ କରିପାରିବେ । ଏହା ବ୍ୟତୀତ ଲ୍ୟାଣ୍ଡଲାଇନରୁ ମଧ୍ୟ କରି କରି ଏହାକୁ ଆକ୍ସେସ୍ କରିପାରିବେ ।

- Advertisement -

ଆପଣ ଚାଟଜିପିଟିକୁ ହ୍ବାଟ୍ସଆପ ଗ୍ରୁପ୍ ଚାଟରେ ମଧ୍ୟ ଯୋଡିପାରିବେନାହିଁ । ଯଦି ଆପଣ ଚାଟଜିପିଟିରୁ ସର୍ଚ୍ଚ କରିବାକୁ ଚାହୁଁଛନ୍ତି, ଫଟୋ ବା ଫାଇଲ୍ ପଠାଇବାକୁ ଚାହୁଁଛନ୍ତି ବା ନିଜ ସେଟିଂ ବଦଳାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଚାଟ୍ ଜିପିଟିକୁ ଆଇଓଏସ୍ ବା ଆଣ୍ଡ୍ରଏଡ୍ ଆପ୍ ବା ଚାଟଜିପିଟିଡଟକମ୍ କୁ ଯାଇ ଚାଟଜିପିଟି ଆକାଉଣ୍ଟ ପ୍ରସ୍ତୁତ କରିବାକୁ ହେବ ବା ନିଜ ଆକାଉଣ୍ଟକୁ ଲଗ୍ ଇନ୍ କରିବାକୁ ହେବ । ଏହା ବ୍ୟତୀତ ହ୍ବାଟ୍ସଆପରେ ଚାଟଜିପିଟି ସହିତ ଚାଟ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜ ଚାଟରେ ଫୋନ୍ ନମ୍ବର(୧-୮୦୦-୨୪୨-୮୪୭୮) ଓ ହ୍ବାଟ୍ସଆପକୁ ଭେରିଫାଇଡ୍ ବ୍ୟାଜ୍(ଗ୍ରୀନ୍ ଟିକ୍) ଦେଖିପାରିବେ ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories