ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କି ? ଏମିତି ସହଜରେ ଜାଣିପାରିବେ

ନୂଆଦିଲ୍ଲୀ : ଯଦି ଇଣ୍ଟରନେଟ୍ ବ୍ରାଉଜ୍ କରିବା ସମୟରେ ଅଚାନକ ଅଜବ ବିଜ୍ଞାପନ ଆସେ ତେବେ ହୋଇପାରେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଯାଇଛି । ଯଦି ଆପଣ ପୂର୍ବ ଭଳି ଫୋନ୍ ବ୍ୟବହାର କରୁଛନ୍ତି କିନ୍ତୁ ଆପଣଙ୍କ ଅଧିକ ଡାଟା ସରୁଛି ତେବେ ଫୋନ୍ ହ୍ୟାକ୍ ହୋଇଥିବା ସଙ୍କେତ ଦେଉଛି ।

ଯଦି ଆପଣଙ୍କ ଫୋନରେ ଡାଉନଲୋଡ୍ ନହୋଇ ମଧ୍ୟ କୌଣସି ଆପ୍ ନଜର ଆସୁଛି ତେବେ ଫୋନରେ ମାଲଓ୍ବେୟାର ହେବା ସଙ୍କେତ ହୋଇପାରେ ଯାହା ଆପଣଙ୍କ ଫୋନର ତଥ୍ୟ ଚୋରିକରିପାରେ । ଯଦି ଫୋନର ବ୍ୟାଟେରୀ ଜଲଦି ସରିଯାଉଛି ତେବେ ଏହା ମଧ୍ୟ ଏକ ବିପଦର ସଙ୍କେତ ।

ଯଦି କ୍ୟାମେରା ବ୍ୟବହାର ନକରି ମଧ୍ୟ ରିୟର ଫ୍ଲାଶଲାଇଟ୍ ଜଳୁଛି ତେବେ ଏହା ଏକ ବଡ ସଙ୍କେତ କି ଆପଣଙ୍କ ଫୋନରେ ସ୍ପାଇଓ୍ବେୟାର ଇନଷ୍ଟଲ୍ ହୋଇଥାଇପାରେ । ଫୋନ୍ ଚାଲିବା ସମୟରେ ସ୍ଲୋ ହେବା ମଧ୍ୟ ଏକ ସଙ୍କେତ କି ଫୋନରେ ମାଲଓ୍ବେୟାର ରହିଛି । ଯଦି କଲ୍ ସମୟରେ ଅଚାନକ ଶବ୍ଦରେ ପରିବର୍ତ୍ତନ ଆସେ କିମ୍ବା କଲ୍ କଟିଯାଏ ତେବେ କେହି ଆପଣଙ୍କ ଫୋନ ଉପରେ ନଜର ରଖୁଛି ବୋଲି ଜାଣିନିଅନ୍ତୁ ।

ଯଦି ଆପଣ ସୁରକ୍ଷା ସେଟିଙ୍ଗ୍ସକୁ ଠିକ୍ ରୂପେ ସେଟ୍ କରିଥିଲେ କିନ୍ତୁ ବର୍ତ୍ତମାନ ସେଥିରେ କିଛି ପରିବର୍ତ୍ତନ ନଜର ଆସୁଛି ତେବେ ଫୋନ ହ୍ୟାକ୍ ହୋଇଛି ବୋଲି ସଙ୍କେତ ମିଳୁଛି । ଯଦି ଆପଣଙ୍କ ଫୋନରେ କିଛି ଅଜଣା ଆକ୍ଟିଭିଟି ହେଉଛି ତେବେ ଫୋନ୍ ହ୍ୟାକ୍ ହୋଇଛି ବୋଲି ସଙ୍କେତ ମିଳୁଛି ।

Comments are closed.