www.samajalive.in
Saturday, December 6, 2025
16.1 C
Bhubaneswar

ହଟିଲେ ବିବାଦୀୟ ଆଇଏଏସ୍‌ ବିଷ୍ଣୁପଦ: ଆଜି ଦିନ ୧୨ଟା ସୁଦ୍ଧା ସିବିଆଇରେ ହାଜର ନିର୍ଦେଶ

ଭୁବନେଶ୍ବର : ଟେଣ୍ଡର ଫିକ୍ସିଂକୁ ନେଇ ସିବିଆଇ ସମନ ପାଇ ଚର୍ଚ୍ଚାରେ ଥିବା ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ମଙ୍ଗଳବାର ଦାୟିତ୍ବରୁ ହଟାଇ ଦେଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଭିନ୍ନକ୍ଷମ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ତାଙ୍କୁ ହଟାଇ ଦିଆଯାଇଛି। ଓଏସ୍‌ଡିଭାବେ ସେ ପ୍ରମୁଖ ସଚିବ ପାହ୍ୟାରେ ରହିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଅପରପକ୍ଷରେ କେନ୍ଦ୍ରୀୟ ଡେପୁଟେସନରେ ଓଡ଼ିଶା ଫେରିଥିବା ୨ଜଣ ବରିଷ୍ଠ ଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ସରକାର ନୂଆ ଦାୟିତ୍ବ ଦେଇଛନ୍ତି। ଆଇଏଏସ୍‌ ସଞ୍ଜୀବ ମିଶ୍ରଙ୍କୁ ଏସ୍‌ସି/ଏସ୍‌ଟି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ବିଭାଗ ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଆଇଏଏସ୍‌ ଅଫିସର ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ତେବେ ଆଜି ଦିନ ୧୨ଟା ସୁଦ୍ଧା ଭୁବନେଶ୍ଵର ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଟେଣ୍ଡର ଫିକ୍ସିଂ ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଗତ ୭ତାରିଖରେ ଭୁବନେଶ୍ବରର ଏକ ପଞ୍ଚତାରକା ହୋଟେଲ ନିକଟରୁ ଏକ ଦାମୀ କାର୍‌ରୁ ୧୦ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଘଟଣାରେ ସିବିଆଇ ବ୍ରିଜ୍‌ ଆଣ୍ଡ ରୁଫ୍‌ କନ୍‌ଷ୍ଟ୍ରକ୍ସନ କମ୍ପାନୀର ଜିଜିଏମ୍‌ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷକୁମାର ମହାରଣାଙ୍କୁ ଗିରଫ କରିଥିଲା। ଏହି ଟେଣ୍ଡର ଫିକ୍ସିଂ ଘଟଣାରେ ଆଇଏଏସ୍‌ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ସିବିଆଇ ୧୧ରେ ତାଙ୍କୁ ହାଜର ହେବାକୁ ସମନ ଜାରି କରିଥିଲା। ସିବିଆଇ ସମନ ସତ୍ତ୍ବେ ସେ ହାଜର ହୋଇ ନିଜର ପକ୍ଷ ରଖିନଥିଲେ। ସିବିଆଇ ସମନ ଏଡ଼ାଇବାକୁ ନେଇ ସରକାରଙ୍କୁ କାଠଗଡ଼ାରେ ଠିଆହେବାକୁ ପଡ଼ିଥିଲା। ତେବେ ଆଜି ସେ ଭୁବନେଶ୍ଵର ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିବା ନେଇ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories