ବୁଡ଼ାଗୁଡା ଆରଏମସି ଠାରେ ଧାନ ମଣ୍ଡି ଉଦଘାଟନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆରଏମସି)ଠାରେ ରାୟଗଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨୦୨୪-୨୫ ଖରିଫ ଋତୁ ନିମନ୍ତେ  ଧାନ ମଣ୍ଡି ଉଦଘାଟିତ ଯାଇଛି । ଲ୍ୟାମ୍ପ ପରିଚାଳକ  ସଭାପତି ଶଙ୍କର ହୁଈକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ତହସିଲଦାର ମାନସ ରଞ୍ଜନ ମାନସେଠ  ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ। ଲ୍ୟାମ୍ପ ଉପସଭାପତି  ପ୍ରମିଳା କାଡ୍ରାକା, (ଏମ୍ଆଇ)ମାର୍କେଟ ଅଧିକାରୀ  ଶଙ୍କର ବେହେରା,  ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ରାଜସ୍ୱ ନିରୀକ୍ଷକ  ବିଶ୍ୱନାଥ ଶବର, ବରିଷ୍ଠ ଚାଷୀ  ଲକିନାଥ ନାଚିକା, କୁମାର ସ୍ୱାମୀ କୌଶଲ୍ୟା, ଦାଶରଥି ନାୟକ, ନାରୀ ତିଆକା ଓ ନିୟନ୍ତ୍ରିତ ବଜାର କମିଟି ଅଧିକାରୀ  ପ୍ରଦୀପ କୁମାର ପାଳ ମଞ୍ଚାସିନ ରହିଥିଲେ ।

ଚାଷୀକୁ ମିଲର ବା ଆରଏମସି ପକ୍ଷରୁ ବସ୍ତା ବା ଅଖା  ଯୋଗାଇଦେବାର ଅଛି । ମଣ୍ଡିରେ ଧାନ କିଣିବା ପରେ ୭୨ ଘଣ୍ଟା ମଧ୍ୟରେ ଚାଷୀକୁ ଟଙ୍କା ଆସିବାର ଅଛି ବୋଲି ଚାଷୀ କହିଛନ୍ତି । ସୋମବାର ଓ ମଙ୍ଗଳବାର ମଣ୍ଡିକୁ ବୁଡ଼ାଗୁଡା ଆରଏମସି ୟାର୍ଡକୁ ମାଝୀଗୁଡା ,ପୂଜାରିଗୁଡା, ସୁନାଖଣ୍ଡି ,ପୋଲମା, କନ୍ଧ କାତିପାଡୁ  ପଞ୍ଚାୟତରେ ଚାଷୀ ଧାନ ଆଣିବାପାଇଁ କୁହାଯାଇଥିବା ବେଳେ  ଉକ୍ତ ଆରଏମସି ୟାର୍ଡକୁ ବୁଧବାର ଓ ଗୁରୁବାର ମଣ୍ଡିକୁ ବୁଡ଼ାଗୁଡା ,ଶିକରପାଇ,ନାରାୟଣ ପୁର ,କରପା, ସେରିଗୁମ୍ମା ପଞ୍ଚାୟତର ଚାଷୀ ଧାନ ଆଣିବେ।

କଲ୍ୟାଣସିଂହପୁର ଡାକ ବଙ୍ଗଳା ଠାରେ  ମଙ୍ଗଳବାର ଓ ଶୁକ୍ରବାର ମଣ୍ଡିକୁ କଲ୍ୟାଣସିଂହପୁର, ଧାମୁଣି ପଙ୍ଗା, ସିଙ୍ଗାରି ,ପାର୍ଶାଲି ପଞ୍ଚାୟତର ଚାଷୀ ଧାନ ଆଣିବେ ବୋଲି କୁହାଯାଇଛି । ସାଧାରଣ କିସମ ଧାନ  କୁଇଣ୍ଟାଲ ପିଛା ୨୩୦୦ଟଙ୍କା, ଗ୍ରେଡ ଏ କିସମ ଧାନ କୁଇଣ୍ଟାଲ ପିଛା ୨୩୨୦ ଟଙ୍କା  ଓ ଇନପୁଟ ସହାୟତା ୮୦୦ଟଙ୍କା  ସରକାରୀ ମୂଲ୍ୟ ରହିଥିବା ଅତିଥିମାନେ କହିଛନ୍ତି । ଏଥିରେ ମିଲର, ଚାଷୀ ଓ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ, ଲ୍ୟାମ୍ପ ଏମଡି ତାରିଣୀ ପ୍ରସାଦ ତ୍ରିପାଠୀ ଓ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

Comments are closed.