www.samajalive.in
Wednesday, December 10, 2025
15.1 C
Bhubaneswar

ଅଯୋଧ୍ୟା ମାମଲା: ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ନୂଆ ପୀଠ ଗଠିତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟାର ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଶୁକ୍ରବାର ନୂଆ ପୀଠ ଗଠନ କରିଛନ୍ତି। ଜାନୁଆରୀ ୨୯ରେ ନୂଆ ପୀଠ ମାମଲାର ଶୁଣାଣି ଆରମ୍ଭ କରିବେ। ଗଠିତ ନୂଆ ପୀଠରେ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଅବଦୁଲ ନଜିରଙ୍କୁ ସାମିଲ କରିଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ବ ୫ଜଣିଆ ପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ଏସଏ ବୋବଡେ ଓ ଜଷ୍ଟିସ ଡି ୱାଇ ଚନ୍ଦଚୂଡ। ଏହି ବିବାଦୀୟ ମାମଲା ଉପରେ ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବରରେ ଶୁଣାଣି କରିବାକୁ ଥିବାବେଳେ ଏହା ବିଳମ୍ବିତ ହୋଇଚାଲିଛି। ଜାନୁଆରୀ ୪ରେ ଗଠିତ ନୂଆ ପୀଠ ମାମଲାର ଶୁଣାଣି କରିବାକୁ ଥିବାବେଳେ ଜାନୁଆରୀ ୧୦ରେ ଜଷ୍ଟିସ ୟୁୟୁ ଲଳିତ ଶୁଣାଣିରୁ ଓହରି ଯାଇଥିଲେ। ଜଷ୍ଟିସ ଲଳିତ ଏହି ମାମଲାର ଗୋଟିଏ ପକ୍ଷ ପାଇଁ ଅତୀତରେ ଓକିଲାତି କରିଥିବାରୁ ସେ ଏଥିରୁ ଓହରି ଯାଇଥିଲେ। ପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ଏନ ଭି ରମଣଙ୍କ ନାମକୁ ମଧ୍ୟ ନୂଆ ପୀଠରୁ ବାଦ ଦିଆଯାଇଛି।
ଅଯୋଧ୍ୟା ମାମଲାକୁ ପ୍ରାଥମିକତା ଭିତ୍ତିରେ ଶୁଣାଣି କରିବା ଲାଗି ହିନ୍ଦୁ ସଂଗଠନଗୁଡିକ ଦାବି କରିଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଏହି ମାମଲାରେ ଆଲ୍ଲାହାବାଦ ହାଇକୋର୍ଟ ୨୦୧୦ରେ ଦେଇଥିବା ରାୟ ବିରୋଧରେ ଦାଖଲ ୧୪ଟି ଆବେଦନ ଶୁକ୍ରବାର ଶୁଣାଣି ପାଇଁ ଉପସ୍ଥାପନ କରାଯାଇଥିଲା। ଏଗୁଡିକ ରାମ ଜନ୍ମଭୂମି-ବାବ୍ରିମସ୍‌ଜିଦ ମାମଲା କହି ପ୍ରଧାନ ବିଚାରପତି ଗୋଗଇ ତୁରନ୍ତ ଉପରୋକ୍ତ ନିର୍ଦେଶ ପାଠ କରିଥିଲେ। ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଏହି ଶୁଣାଣି ଶେଷ ହୋଇଥିଲା। ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ରାଜୀବ ଧୱନ ବିଭିନ୍ନ ଆବେଦନକାରୀଙ୍କ ପକ୍ଷ ଉପସ୍ଥାପନ ପାଇଁ କୋର୍ଟରେ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କୁ କୌଣସି ଯୁକ୍ତି ବାଢିବାର ସୁଯୋଗ ମିଳି ନ ଥିଲା। ଉଲ୍ଲେଖ ଯେ, ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମିକୁ ରାମଲାଲା, ନି​‌େ​‌ର୍ମାହି ଆଖଡା ଏବଂ ସୁନ୍ନି ୱାକଫ ବୋର୍ଡ ମଧ୍ୟରେ ତିନି ଭାଗ କରି ବାଣ୍ଟିବାକୁ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ନିର୍ଦେଶ ଜାରି କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories