www.samajalive.in
Sunday, December 14, 2025
19.1 C
Bhubaneswar

ଆଠଗଡ ନୃତ୍ଯ ସଂଗୀତ ଉତ୍ସବ ଉଦଘାଟିତ

ଆଠଗଡ: ଆଠଗଡ କଲଚରାଲ୍ ଏକାଡେମୀ ଆନୁକୂଲ୍ୟରେ ବଲିଉଡ ଡ୍ୟନ୍ସ ଗ୍ରୁପ ଓ ବାଗେଶ୍ୱର ସଂଗୀତ ଆଶ୍ରମର ମିଳିତ ସହଯୋଗରେ ଆୟୋଜିତ ଦୁଇଦିନିଆ ଆଠଗଡ ନୃତ୍ଯ ସଂଗୀତ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଟାଉନ କ୍ଲବ ପରିସରରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ଯଅତିଥି ଭାବେ ଶିକ୍ଷାବିତ ଶିଶିର କୁମାର ଉଦୟସିଂହ, ମୁଖ୍ଯବକ୍ତା ରୂପେ ସଂକୀର୍ତ୍ତନ ଗୁରୁ ତଥା ସମାଜସେବୀ ଅଜୟ କୁମାର ଦାସ ଯୋଗଦେଇ, ସମ୍ମାନିତ ଅତିଥି ଭାବେ ସଂଗୀତ ଗୁରୁ ପ୍ରଫୁଲ୍ଲ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ଦାସ, ସମାଜସେବୀ ସଂଜୟ କୁମାର ମହାନ୍ତି, ଆଇନଜୀବୀ ବିକ୍ରମ କେଶରୀ ଦାଶ, ଜଗବନ୍ଧୁ ଲେଙ୍କା ଓ ବିଜୟ କୁମାର ଲେଙ୍କା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ।
ଆଠଗଡର କଳା, ସଂସ୍କୃତି, ଐତିହ ଓ ପରମ୍ପରା ଅତ୍ୟନ୍ତ ମହାନ ଓ ଏହି କଳା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ସହ ଏହାର ପ୍ରସାର ଓ ପ୍ରଚାର ଜରରୀ। ଆଠଗଡ କଳାର ମାଟି ଏବଂ ଏଠାରେ ସଂଗୀତ ସାଧନା କରି ସିଦ୍ଧି ଲାଭ କରିଥିବା ବାଣୀକଣ୍ଠ ନିମାଇଁ ହରିଚନ୍ଦନ ଭଳି ଅନେକ ସୁନାମଧନ୍ଯ ସଂଗୀତଜ୍ଞଙ୍କ ପାଇଁ ଏ ମାଟି ଧନ୍ୟ ହୋଇଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରଥମ ଦିନରେ ଆୟୋଜକ କଳା ଅନୁଷ୍ଠାନର କଳାକାରମାନେ ସୁମଧୁର କଣ୍ଠରେ ସଂଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ବରିଷ୍ଠ ସଦସ୍ଯ ବିଷ୍ଣୁ ପ୍ରସାଦ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ସଂଜୟ କୁମାର ରଥ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସଭାପତି ଜିତେନ୍ଦ୍ର କୁମାର ସ୍ୱାଇଁ, ସମ୍ପାଦକ ରମେଶ ଚନ୍ଦ୍ର ସାହାଣୀ ଏବଂ ଅନ୍ଯ ସଦସ୍ଯ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories