www.samajalive.in
Saturday, December 6, 2025
19.1 C
Bhubaneswar

ଧାନଗଦାରେ ଦୁର୍ବୁତ୍ତ ଲଗାଇଦେଲେ ନିଆଁ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ତୋଟାପଡା ଗ୍ରାମରେ କେହି ଦୁର୍ବୁତ୍ତ ଲକ୍ଷ୍ମୀଧର ସାହୁ ନାମକ କୃଷକଙ୍କ ଧାନଗଦାରେ ନିଆଁ ଲଗାଇଦେଇଛି। ଘଟଣା ସଂପର୍କରେ ଖବର ପାଇ ଆଠଗଡ଼ ଦମକଳ ବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କଲାବେଳକୁ ୨ ଏକର ଜମିର କଟାଧାନ ଗଦାଟି ସଂପୂର୍ଣ୍ଣ ପୋଡିପାଉଁଶ ହୋଇଯାଇଛି। ଲକ୍ଷ୍ମୀଧର ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ପ୍ରତିପୋଷଣ ପାଇଁ ଧାନ କରିଥିଲା। ଚଳିତ ବର୍ଷ ଧାନ ଭଲହୋଇଥିଲା ଅନୁକୂଳ ପାଗ ପାଇଁ। ହେଲେ କେହି ଦୁର୍ବତ୍ତ ନିଆଁ ଲଗାଇଦେବାରୁ ଧାନଗଦା ସଂପୂର୍ଣ୍ଣ ଜଳିଯାଇଛି। ଘଟଣା ସଂପର୍କରେ ଖୁଣ୍ଟୁଣୀ ଥାନାରେ କୌଣସି ଏତଲା ହୋଇନଥିବାର ଉପନିରୀକ୍ଷକ ଡଃ ବିକାଶ କୁମାର ସେଠୀ ପ୍ରକାଶ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories