www.samajalive.in
Friday, December 12, 2025
15.1 C
Bhubaneswar

ଲୋକଙ୍କୁ ଅନ୍ଧାରରେ ରଖି ଚାଲିଛି ଉନ୍ନୟନ ମୂଳକ କାର୍ଯ୍ୟ, ତଦନ୍ତ ଦାବି କଲେ ଗ୍ରାମବାସୀ

ଲଡୁଗାଁ: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଥମେ କାର୍ଯ୍ୟର ନାମ, ଅଟକଳ ମୂଲ୍ଯ, କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ, କେଉଁ ଯୋଜନା, ଆର୍ଥିକ ବର୍ଷ, ଠିକାଦାର କିଏ, କେଉଁ ଯନ୍ତ୍ରୀଙ୍କ ତତ୍ବାବଧାନରେ ଏହା ସମ୍ପାଦିତ ହେବ ଏ ସମସ୍ତ ସୂଚନା ଜନସାଧାରଣଙ୍କୁ ଉପଲବ୍ଧ କରାଇବା ପାଇଁ ସୂଚନା ଫଳକରେ ଉଲ୍ଲେଖ କରିବା ଜରୁରୀ ବୋଲି ସରକାରୀ ନିର୍ଦ୍ଦେଶ ରହିଛି। ତେବେ ବିଭିନ୍ନ ସ୍ଥାନରେ ଏହି ନିୟମ ବ୍ଯତିକ୍ରମ ହେଉଥିବା ବେଳେ ଲଡୁଗାଁ ସନ୍ନିକଟ ଉଚ୍ଛୁଲା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନ ମୂଳକ କାମରେ ସୂଚନା ଫଳକ ଲାଗୁନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସୂଚନା ମିଳୁନଥିବାରୁ କାମର ଗୁଣବତ୍ତା ସମ୍ପର୍କରେ ଜାଣିବା କଷ୍ଟକର ହୋଇପଡୁଛି। ଜୟପାଟଣା ବ୍ଲକ ଉଚ୍ଛୁଲା ପଞ୍ଚାୟତ ନୂଆଗୁଡ଼ା ଛକରୁ ନୂଆଗୁଡ଼ା ଗାଁକୁ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ହେଲେ ସୂଚନା ଫଳକ ଲାଗି ନାହିଁ ।

କୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲାଗିବା ନିୟମ ଥିବା ବେଳେ ଏଠି ନିୟମକୁ ଉଲ୍ଲଂଘନ କରି ଠିକାଦାର ନିମ୍ନ ମାନର କାମ କରିବାରେ ଲାଗିପଡିଛନ୍ତି । ରାସ୍ତା କାର୍ଯ୍ୟ ଆରମ୍ଭ ପୂର୍ବରୁ ରାସ୍ତା ସମତୁଲ କରିବା ପାଇଁ ବାଲି ବିଛା ଯାଇଥାଏ । ପରେ ମେଟାଲ କଂକ୍ରିଟ କରି ୪ଇଞ୍ଚର ଚିପସ୍ କଂକ୍ରିଟ କରିବା ନିୟମ ଥିବା ବେଳେ ବେଳେ ମେଟାଲ ୩ ଇଞ୍ଚ ଓ ଚିପସ୍ ୨ ଇଞ୍ଚ ଦେଇ ଅତ୍ୟନ୍ତ ନିମ୍ନମାନର କାମ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଠିକାଦାର ଓ ଯନ୍ତ୍ରୀ ନିଜ ମନଇଚ୍ଛାରେ କାମ କରୁଛନ୍ତି ବୋଲି ଗ୍ରାମବାସୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

- Advertisement -

ଏନେଇ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍ ଉଠେଇ ନଥିଲେ । ତେବେ ବିନା ସୂଚନା ଫଳକରେ ଚାଲିଥିବା ବ୍ଲକର ସମସ୍ତ ଉନ୍ନୟନ କାର୍ଯ୍ୟକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି ଏବଂ ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ଲୋକଙ୍କୁ ଅନ୍ଧାରରେ ରଖି ଏଭଳି ବେଆଇନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓ ଜିଲ୍ଲାପାଳ ଏନେଇ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories