www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରୟାଗରାଜ ପାଇଲେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପୁରସ୍କାର

ଲଡୁଗାଁ:  ପିଲାବେଳେ କହୁଥିଲେ ମହାକାଶକୁ ଯିବି ଆଉ ଆଷ୍ଟ୍ରୋନଟ୍ ହେବି । ଭବିଷ୍ୟତରେ ନାସାକୁ ଯାଇ ଗବେଷଣା କରିବି । ଜଣେ ଭଲ ବୈଜ୍ଞାନିକ ହୋଇ ମଙ୍ଗଳ ଗ୍ରହରେ ବୃକ୍ଷରୋପଣ କରିବା ପାଇଁ ଚେଷ୍ଟା କରିବି । ବୟସ କମ୍ , ହେଲେ ଲକ୍ଷ୍ୟ ବହୁତ ବଡ଼ ରହିଥିଲା ।  କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ମଫସଲ ଗାଁ  ଓଲମା ।  ଆଉ ସେ ଗାଁ ରୁ ତୁଳସୀ ଦୁଇ ପତ୍ରରୁ ବାସେ ପରି  ବାରି ହୋଇପଡ଼ୁଛି ପ୍ରୟାଗରାଜର ବିଚକ୍ଷଣତା । କମ୍  ବୟସରେ ଅସାଧାରଣ ଜ୍ଞାନର ଅଧିକାରୀ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ର ସଫଳ ଚାଷୀ ଆଶିଷ କୁମାର ପଣ୍ଡାଙ୍କ ପୁଅ ପ୍ରୟାଗରାଜ ପଣ୍ଡା।  ମାଆ କଳ୍ପନା ପଣ୍ଡା ଲଡୁଗାଁ ସରସ୍ଵତୀ ବିଦ୍ୟା ମନ୍ଦିରରେ ଆଚାର୍ଯ୍ୟ ରୂପେ ପିଲାମାନଙ୍କୁ ପାଠ ପଢାନ୍ତି। ପ୍ରୟାଗରାଜ ପ୍ରାରମ୍ଭରୁ ପଞ୍ଚମ ବିଦ୍ୟା ମନ୍ଦିରରେ  ଅଧ୍ୟୟନ କରି  ପରେ ଆଦର୍ଶ ବିଦ୍ୟାଳୟରେ ଜଣେ ଆଦର୍ଶ ଛାତ୍ର ଭାବେ ପରିଗଣିତ ହେଲେ।
ସବୁଠାରୁ ବଡ଼କଥା ହେଲା ସେ ପ୍ରଥମରୁ ହିଁ  ଶ୍ରେଣୀ ଓ ମେଧାବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଆସିଛନ୍ତି । ପିଲା ବେଳୁ ପାଠ ପଢା ପାଖରେ ସମୟ  ହାର ମାନୁଥିଲେ  ।  ପାଠ ଯେମିତି ପଢୁଥିଲେ ତା ଠୁ ବେଶି  ବିଜ୍ଞାନ, ମହାପୁରୁଷ ତଥା ବୈଜ୍ଞାନିକଙ୍କ ଜୀବନୀର ବିଭିନ୍ନ ବିଷୟ  ଅଧ୍ୟୟନ ଉପରେ ତାଙ୍କ ରୁଚି ରହୁଥିଲା ।   ତେବେ ପ୍ରୟାଗରାଜ ପିଲାବେଳୁ ଯେଉଁ ସ୍ଵପ୍ନ ଦେଖି ଆସିଛନ୍ତି ଏବେ ସେ ନିଜ ସ୍ଵପ୍ନ ପୂରଣର ପ୍ରଥମ ପାହାଚ ଚଢ଼ିସାରିଛନ୍ତି । ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟ୍‌ସ) ପୁରସ୍କାର ବିତରଣ ଉତ୍ସବ ରେ ଭାଗ ନେଇଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସେ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ ସହ ଗ୍ରାଣ୍ଡ ଫାଇନାଲରେ କଳାହାଣ୍ଡି ଜିଲ୍ଲା ପାଇଁ  ଜଣେ ମାତ୍ର ଛାତ୍ର ପୁରସ୍କୃତ ହୋଇ କଳାହାଣ୍ଡି ଜିଲ୍ଲା ଓ ନିଜ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଶୁକ୍ରବାର ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତ ରୁ ମାନପତ୍ର ସହ ଟ୍ରଫି ଗ୍ରହଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ବିଜ୍ଞାନ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ  ସମେତ ଟାଟା ଷ୍ଟିଲ ର ଅଧିକାରୀ ଓ ପ୍ଲାନେଟାରିୟମ ଅଧିକାରୀ ଉପସ୍ଥିତ ଥିଲେ। ଏହା ପରେ ରାଜ୍ୟରେ ପୁରସ୍କୃତ ସମସ୍ତଙ୍କୁ ପରିଦର୍ଶନରେ ନିଆଯିବା ଓ ବିଭିନ୍ନ ବିଷୟରେ ବୁଝାଇବା ପାଇଁ ସ୍ଥିର କରାଯାଇଥିବା ସୂଚନା ମିଳିଛି ।ଆଦର୍ଶ ବିଦ୍ୟାଳୟର ଶିକ୍ଷକ କମଳାକାନ୍ତ ସାହୁଙ୍କ ସହ ପ୍ରୟାଗରାଜ ଭୁବନେଶ୍ୱର ଯାଇଛନ୍ତି। ତାଙ୍କ ଏହି ସଫଳତା ପରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ପ୍ରୟାଗରାଜଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କ ଉତ୍ତୋରତ୍ତର ସଫଳତା କାମନା କରିଛନ୍ତି। ଏହାସହ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଧାନ ଆଚାର୍ଯ୍ୟ  ପର୍ଶୁରାମ ଦୁର୍ଗା ସମେତ ସମସ୍ତ ଗୁରୁଜୀ ଗୁରୁମା ଜୀବନରେ ଜଣେ ସଫଳ ବୈଜ୍ଞାନିକ ହେବାପାଇଁ ଆଶିର୍ବାଦ କରିଛନ୍ତି ।
ତେବେ ସେ ଛୋଟବେଳେ ଏତେ ଜ୍ଞାନର ଅଧିକାରୀ ସେକଥା ତାଙ୍କ ବାପାମା’ ମଧ୍ୟ ଜାଣିନଥିଲେ । ପ୍ରତ୍ୟେକ ଦିନ ନିଜ ଇଚ୍ଛାରେ ସମୟ ବାହାର କରି ସେ ମୋବାଇଲରେ ମହାକାଶ ସମ୍ମନ୍ଧରେ ସର୍ଚ୍ଚ କରନ୍ତି । ଆଉ ଏହା ତାଙ୍କର ନିତିଦିନିଆ ଅଭ୍ୟାସ । ପୁଅର ଲକ୍ଷ୍ୟ ପୂରଣ କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି ବୋଲି କହିଛନ୍ତି ତାଙ୍କ ବାପା । ସେହିପରି ପ୍ରୟାଗରାଜର ସ୍ୱପ୍ନ ସଫଳ ହେଲେ ମୁଁ ଗର୍ବ ଅନୁଭବ କରିବି ବୋଲି ତାଙ୍କ ମା’ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories