ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିକୃତ ଫଟୋ ପୋଷ୍ଟ ପ୍ରସଙ୍ଗ – ରାଜ୍ୟ ବିଜେପିକୁ ସବୁ ମହଲରେ ନିନ୍ଦା

ଡେସ୍କ: ଆଧୁନିକ ସମୟରେ ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ରାଜନୈତିକ ଦଳ ଗୁଡିକ ପାଇଁ କେବଳ ଯେ ଲୋକଙ୍କ ପାଖରେ ପହଂଚିବା ପାଇଁ କେବଳ ଯେ ମାଧ୍ୟମ ପାଲଟିଛି ତାହା ନୁହେଁ, ଏଗୁଡିକ ଆରୋପ ପ୍ରତ୍ୟାରୋପର ମଧ୍ୟ ଏକ ଉତ୍ତମ ମାଧ୍ୟମ ସାବ୍ୟସ୍ତ ହୋଇଛି। କିନ୍ତୁ ରାଜ୍ୟ ବିଜେପି ତାର ‘ଏକ୍ସ’ ହ୍ୟାଣ୍ଡେଲରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ବତନ ଆଇଏଏସଙ୍କ ଏକ ବିକୃତ ଫଟୋ ପୋଷ୍ଟ କରିବା ପରେ ସବୁ ମହଲରୁ ସମାଲୋଚନା କରାଯାଉଛି।

ସୂଚନା ଅନୁଯାୟୀ, ଓଡିଶା ବିଜେପି ଯାହାର ଏକ୍ସ ହ୍ୟାଣ୍ଡେଲ ହେଉଛି ‘@BJP4Odisha’, ସେଥିରୁ ଚଳିତ ମାସ ୧୨ ତାରିଖ ରାତି ୯ଟାରେ ଏଭଳି ଏକ ପୋଷ୍ଟ କରାଯାଇଛି। ସେହି ପୋଷ୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏକ ବିକୃତ ଫଟୋ ସହ ପୂର୍ବତନ ଆଇଏଏସ ଭି କେ ପାଣ୍ଡିଆନଙ୍କ ବିକୃତ ଫଟୋ ପୋଷ୍ଟ କରାଯାଇଛି। ସେଥିରେ ଲେଖା ଯାଇଛି, ‘୨୦୧୫ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ।’


ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁକ୍ତ ମତ ଉପସ୍ଥାପନ କରିବା ଓ ଅନ୍ୟକୁ ସମାଲୋଚନା କରିବା ଅଧିକାର ମିଳିଥିବା ବେଳେ ରାଜନୈତିକ ଦଳ ଗୁଡିକ ବିରୋଧୀ ଦଳର ନେତୃତ୍ୱଙ୍କୁ ସମ୍ମାନ ଦେବାର ମଧ୍ୟ ପରମ୍ପରା ରହିଛି। କିନ୍ତୁ ଜଣେ ୨୪ ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ବିକୃତ କରି ଉପସ୍ଥାପନ କରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ।

ସୂଚନା ଅନୁଯାୟୀ, ବିଜେଡି ସାଂସଦ ମାନେ ଏଭଳି ପୋଷ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏହି ପୋଷ୍ଟ ସହ ବିଜେପିର ତୁଙ୍ଗ ନେତାଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ବିଜେପି ଆଇଟି ସେଲର ଏଭଳି କାର୍ଯ୍ୟକୁ ବିଜେଡି ନିନ୍ଦା କରିଛି। ଅନ୍ୟପକ୍ଷରେ ଗତକାଲି ଅର୍ଥାତ ଡିସେମ୍ବର ୧୨ରେ ରାଜ୍ୟର ନୂଆ ବିଜେପି ସରକାର ୬ ମାସ ପୂରଣ କରିଥିବାରୁ ହିତାହିତ ଜ୍ଞାନ ହରାଇ ଏଭଳି କରିଥିବା ଜଣେ ବିଜେଡି ନେତା କହିଛନ୍ତି।

Comments are closed.