ସ୍ଥାନୀୟ ଯୁବବର୍ଗକୁ ଆତ୍ମନିର୍ଭରଶୀଳ କରିବା ପାଇଁ – ବେଦାନ୍ତ ଆଲୁମିନିୟମ ପ୍ରତିଷ୍ଠା କଲା ଭିଇଦକ୍ଷତା’ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର
ଭୁବନେଶ୍ୱର, – ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ବିଲେଇମୁଣ୍ଡା ଗ୍ରାମରେ ଏକ ନୂତନ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ‘ଭିଇଦକ୍ଷତା’ ପ୍ରତିଷ୍ଠା କରାଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଏହି ଅଞ୍ଚଳର ଗରିବ ଯୁବକମାନଙ୍କୁ ନିଯୁକ୍ତି ପାଇଁ ତାଲିମ ପ୍ରଦାନ କରାଯିବ ଏବଂ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ ଓ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ଆଶାୟୀ ଯୁବକଯୁବତୀଙ୍କୁ ସେବା ଯୋଗାଇ ଦିଆଯିବ । ହେମଗିର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜିଏମ୍ଏସ୍ ସଭାପତି ଗୋପାଳ ପଧାନ, ମୁଣ୍ଡେଲଖେତ ସରପଞ୍ଚ ସନ୍ୟାସୀ ବାଗ ଓ ଗର୍ଜନଜୋର ସରପଞ୍ଚ ସୁନନ୍ଦା କାଲୋଙ୍କ ସମେତ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦାଶରଥୀ ସରାବୁ ଏହି ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରକୁ ଉଦଘାଟନ କରିଥିଲେ ।
ବେଦାନ୍ତ ଆଲୁମିନିୟମ ସ୍କୁଲନେଟ୍ ଇଣ୍ଡିଆ ଲିମିଟେଡ୍ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ ଏସ୍ ଡିସି)ର ମିଳିତ ଉଦ୍ୟୋଗ ଲର୍ଣ୍ଣନେଟ୍ ସ୍କିଲ୍ସ ଲିମିଟେଡ୍ ସହ ଭାଗିଦାରୀ କରିଛି । ଏହି କେନ୍ଦ୍ରରେ ସିଲେଇ ତାଲିମ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ ଏବଂ ଖାଦ୍ୟ ଓ ପାନୀୟ ସେବା ଉପରେ ପାଠ୍ୟକ୍ରମ ପ୍ରଦାନ କରାଯାଏ । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆଗାମୀ ତିନି ବର୍ଷ ମଧ୍ୟରେ ୭୦୦ ଗ୍ରାମୀଣ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବା ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍ ପାଇଁ ୧୦୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ‘ଭିଇଦକ୍ଷତା’ ପ୍ରତି ସ୍ଥାନୟୀ ଲୋକେ ଆଗ୍ରହ ଦେଖାଇଛନ୍ତି । ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରରେ ଉନ୍ନତ ଭିତ୍ତିଭୂମି ରହିଛି, ଯେଉଁଥିରେ ଏକ ବହୁମୁଖୀ ହଲ୍, ଏକ ଡିଜିଟାଲ୍ ପ୍ରଶିକ୍ଷଣ କକ୍ଷ, ବିଭିନ୍ନ ବ୍ୟବସାୟ ପାଇଁ ପ୍ରଶିକ୍ଷଣ କକ୍ଷ ଏବଂ ଉଭୟ ବାଳକ ଓ ବାଳିକାଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା ରହିଛି ।
ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଯୁବବର୍ଗଙ୍କୁ ଦକ୍ଷ କରିବା ସହିତ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ଢାଞ୍ଚାର ଉନ୍ନତି ପାଇଁ ଆମର ଲକ୍ଷ୍ୟର କେନ୍ଦ୍ରବିନ୍ଦୁ । ବେଦାନ୍ତ ଆଲୁମିନିୟମର କୋଇଲା ଖଣିର ସିଓଓ କଂସଜିତ ଭାଉମିକ କହିଛନ୍ତି, ‘ଭିଇଦକ୍ଷତା’ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ ବେଦାନ୍ତର ଲକ୍ଷ୍ୟଭିତ୍ତିକ ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ଆତ୍ମର୍ନିଭରଶୀଳ କରିବାର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି । କମ୍ପାନୀର ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦଶରଥୀ ସରାବୁ କହିଛନ୍ତି, ‘ଭିଇଦକ୍ଷତା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଏହି ଅଞ୍ଚଳ ପାଇଁ ଏକ ପରିବର୍ତନମୂଳକ ପଦକ୍ଷେପ । ଏହି ପଦକ୍ଷେପ କେବଳ ଯୁବବର୍ଗଙ୍କ ଉନ୍ନତି ନୁହେଁ ବରଂ ଜିଲ୍ଲାର ଅର୍ଥନୈତିକ ଉନ୍ନତିକୁ ମଧ୍ୟ ପ୍ରୋତ୍ସାହିତ କରୁଛି ।
Comments are closed.