www.samajalive.in
Sunday, December 7, 2025
26.1 C
Bhubaneswar

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ମୁମ୍ବଇ : ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ରା। କେନ୍ଦ୍ର ଅର୍ଥ ବିଭାଗର ରାଜସ୍ବ ସଚିବ ଦାୟିତ୍ବ ଛାଡ଼ି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଆର୍‌ବିଆଇ ଗଭର୍ଣ୍ଣର ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ମନ୍ଥରତା ଓ ବଢ଼ୁଥିବା ମୁଦ୍ରାସ୍ଫୀତି ତାଙ୍କ ପାଇଁ ଆହ୍ବାନ ହେବ। ରାଜସ୍ଥାନ କ୍ୟାଡର ଆଇଏଏସ୍‌ ସଞ୍ଜୟ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗଭର୍ଣ୍ଣର ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନା ନାହିଁ। ସେପ୍ଟେମ୍ବର ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪ ପ୍ରତିଶତକୁ ହ୍ରାସ ପାଇଥିଲା। ଏହା ୭ଟି ତ୍ରୟମାସରେ ସର୍ବନିମ୍ନ। ଅନ୍ୟପକ୍ଷରେ ଅକ୍ଟୋବରରେ ମୁଦ୍ରାସ୍ଫୀତି ଆର୍‌ବିଆଇର ଧାର୍ଯ୍ୟ ଲକ୍ଷ୍ୟ ୬ ପ୍ରତିଶତକୁ ଅତିକ୍ରମ କରି ୬.୨୧ ପ୍ରତିଶତରେ ପହଞ୍ଚିଥିଲା। ସଞ୍ଜୟଙ୍କ ନିଯୁକ୍ତି ପରେ ଫେବୃଆରୀ​‌େ​‌ର ଅନୁଷ୍ଠିତ ହେବାକୁ ଥିବା ମୁଦ୍ରା ନୀତି କମିଟି ବୈଠକରେ ସୁଧ ହାର ହ୍ରାସ ପାଇବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି। ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ସମୟରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବା ପାଇଁ ୨ ବର୍ଷରେ କ୍ରମାଗତ ୧୧ ଥର ବୈଠକରେ ସୁଧ ହାର ସ୍ଥିର ରହିଥିଲା। ଦାୟିତ୍ବ ଗ୍ରହଣ ପରେ ସଞ୍ଜୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆର୍‌ବିଆଇର ମୁଖ୍ୟ ବିଷୟ ସ୍ଥିରତା, ବିଶ୍ୱାସ ଏବଂ ଅଭିବୃଦ୍ଧି କେନ୍ଦ୍ରୀୟ ବ୍ୟାଙ୍କର ମାର୍ଗଦର୍ଶନ ଜାରି ରଖିବ। ସଞ୍ଜୟ ଏହାକୁ ଉଭୟ ସମ୍ମାନ ଏବଂ ଏକ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ବୋଲି କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories