www.samajalive.in
Tuesday, December 9, 2025
23.1 C
Bhubaneswar

ଛତ୍ରପୁର ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କୃତ

ଛତ୍ରପୁର : କେନ୍ଦ୍ର ପଞ୍ଚାୟତ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଯୋଗଦେଇ ୪୫ଟି ପଞ୍ଚାୟତ ରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ଭାବେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କୃତ ହୋଇଛନ୍ତି । ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଓ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ ଏହି ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗ୍ରହଣ କରିଥିଲେ । ସେହିପରି ୭ଟି ବର୍ଗରେ ଓଡିଶାକୁ ଜାତୀୟ ପୁରସ୍କାର ମିଳିଥିବାବେଳେ ସେଥିମଧ୍ୟରୁ ଗଞ୍ଜାମର ତିନୋଟି ରହିଛି । ଦେଶର ଶ୍ରେଷ୍ଠ ବ୍ଲକ ଛତ୍ରପୁର ବିବେଚିତ ହେବାସହ ୨କୋଟି ଟଙ୍କା ଅର୍ଥ ରାଶି ପାଇବେ । ସେହିପରି ରଙ୍ଗେଇଲୁଣ୍ଡା ବ୍ଲକର କେଳୁଆପଲ୍ଲୀ ପଞ୍ଚାୟତ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ  ଉପାଧ୍ୟୟ ପଞ୍ଚାୟତ ସତତ ବିକାଶ ଭାବେ ଦ୍ୱିତୀୟ ସ୍ଥାନ ରହି ପୁରସ୍କୃତ ହୋଇଛନ୍ତି  ତାଙ୍କୁ ୭୫ ଲକ୍ଷ ମିଳିବ ,ସେହିପରି ଆତ୍ମ ନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ ବ୍ଲକର ସାହାପୁର ପଚାଂୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି, ତାଙ୍କୁ ମଧ୍ୟ ୭୫ ଲକ୍ଷ ମିଳିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମାନଙ୍କୁ ପୁରସ୍କୃତ କରିଛନ୍ତି ।

ପୁରସ୍କାର ଗ୍ରହଣବେଳେ ସ୍ଥାନୀୟ ସରପଞ୍ଚ ମଧ୍ୟ ଉପସ୍ଥିତ ରହିଥିଲେ । ଗଞ୍ଜାମ ଜିଲାର ସମସ୍ତ ପଚାଂୟତ ଓ ବ୍ଲକ  ଆଗାମୀ ଦିନରେ ଆହୁରି ଉନ୍ନତରୁ ଉନ୍ନତ କାମ କରିବ ,ଏହି ଶ୍ରେୟ ଗଞ୍ଜାମ ବାସୀ ଓ ସମସ୍ତ ଜନପ୍ରତିନିଧି, କର୍ମଚାରୀ ସେମାନଙ୍କ ଶ୍ରେୟ ପାଇଁ ଜିଲା ଆଜି ୩ଟି ପୁରସ୍କୃତ ହୋଇପାରିଛି ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଥିଲେ । ଅନ୍ୟପକ୍ଷରେ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାଶ ମଧ୍ୟ ଏହି ଶ୍ରେୟ ବ୍ଲକର ସମସ୍ତ ପଚାଂୟତର ଜନପ୍ରତିନିଧି ଓ କର୍ମଚାରୀଙ୍କ ପ୍ରୟାସ ପାଇଁ ଆଜି ବ୍ଲକ ଦେଶରେ ଶ୍ରେଷ୍ଠ ବ୍ଲକ ହୋଇପାରିଛି ବୋଲି କହିଥିଲେ ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories