www.samajalive.in
Saturday, December 6, 2025
16.1 C
Bhubaneswar

୫ ହଜାର ଗୃହରକ୍ଷୀ ସହ ପୂରଣ ହେବ ୧୦ ହଜାର ପଦବୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କମିଶନରେଟ୍ ପୁଲିସ୍ ପକ୍ଷରୁ ଲୋକାର୍ପିତ ହେଲା ନୂତନ ସେବା। ଆଜି ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ଇଆରଏସଏସ୍) ଗାଡି ଉଦଘାଟନ କରିଛନ୍ତି। ଏହି ଗାଡି ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ। ତେବେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଗୃହ ବିଭାଗ ଆହୁରି ସଶକ୍ତ ହେବ। ପୁଲିସ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ । ଏବଂ ୫ ହଜାର ଗୃହରକ୍ଷୀ ପଦବୀ ସୃଷ୍ଟି କରାଯିବ। ଗୃହରକ୍ଷୀ ନିଯୁକ୍ତି କଟକଣାକୁ ସରକାର ହଟାଇ ଦେଇଛନ୍ତି। ୨୪୧୬ ଗୃହରକ୍ଷୀର ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ମୋଟ୍ ୫ ହଜାର ପଦବୀ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯିବ। ପୁଲିସ ବିଭାଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ। ତେବେ ଏହି ଉତ୍ସବରେ ଆଜି ପୁଲିସ୍ ମହାନିର୍ଦେଶକ ଓ୍ବାଇବି ଖୁରାନିଆ, ପୁଲିସ କମିଶନର , କଟକ-ଭୁବନେଶ୍ଵର ଡିସିପି ପ୍ରମୁଖ ଉପସ୍ଥିତ ଥିଲେ। ଯଦି କୌଣସି ସ୍ଥାନରେ ଦୁର୍ଘଟଣା କିମ୍ବା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି , ତେବେ ଏହି ଯାନ ତୁରନ୍ତ ସେଠାରେ ଯାଇ ପହଞ୍ଚିବ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories