www.samajalive.in
Monday, December 15, 2025
16.1 C
Bhubaneswar

ଘରେ ପଶି ସଂଘବଦ୍ଧ ଆକ୍ରମଣ, ୫ ଅଟକ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ରାଜା ସାହିରେ ସୋମବାର ରାତିରେ ୧୦/୧୨ ଯୁବକ ଅଚାନକ ଜଣେ ଯୁବକଙ୍କ ଘରେ ପଶି ଲୁହା ରଡ଼ ଓ ପଥରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସମାରକରେ ମଙ୍ଗଳବାର ଗୋଆଳପୁର ଥାନାରେ ଅଭିଯୋଗ ହୋଇଛି । ଗୋପାଳପୁର ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଜାରି ରଖିଛି।

ଅଭିଯୋଗ ଅନୁଯାୟୀ ରାଜା ସାହିରେ ରହୁଥିବା ଶଙ୍କର ସେଠୀ ଘରେ ଶୋଇଥିବା ବେଳେ ସୋମବାର ରାତି ସାଢ଼େ ୧୦ ଟା ବେଳେ ହଠାତ ୧୦/୧୨ ଯୁବକ ଘର ବାହାରେ ଶଙ୍କରଙ୍କ ମା’ଙ୍କୁ ତାଙ୍କ ପୁଅ ଶଙ୍କର କେଉଁଠି ଅଛି ପଚାରିବା ସହ ଗାଳି ଗୁଲଜ କରିଥିଲେ। ଫଳରେ ଭୟରେ ଶଙ୍କରଙ୍କ ମା’ ଘର ଭିତରକୁ ଦୌଡ଼ି ପଳାଇଥିଲେ।ପଛେ ପଛେ ଯୁବକ ମାନେ ଘର ମଧ୍ୟକୁ ଧସେଇ ପଶିଯାଇ ଶୋଇଥିବା ଶଙ୍କରକୁ ପଥର ଛେଛିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ।

- Advertisement -

ଘଟଣା ଜଣାପଡିବା ପରେ ବାହାରେ ସାହି ପଡ଼ୋଶୀ ଜମା ହୋଇଯିବାରୁ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।ଘଟଣା ନେଇ ଆଜି ଶଙ୍କର ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୪୧/୨୪ ରେ ଏକ ମାମଲା ରୁଜୁ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଆଇଆଇସି ସୂଚନା ଦେଇଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories