www.samajalive.in
Friday, December 12, 2025
16.1 C
Bhubaneswar

ଜାଗମରାରେ ଭିଏଲସିସି ନୂତନ ସେଣ୍ଟର

ଭୁବନେଶ୍ୱର: ସ୍ୱାସ୍ଥ୍ୟ କଲ୍ୟାଣ ଓ ସୌନ୍ଦର୍ଯ୍ୟ ଉପଚାର କ୍ଷେତ୍ରରେ ଆଗ୍ରଗାମୀ ଭିଏଲସିସି ନୂତନ କେନ୍ଦ୍ର ଜାଗମରା, ଭୁବନେଶ୍ୱର ଠାରେ ଭିଏଲସିସିର ଫ୍ରାଞ୍ଚାଇଜ୍ ହେଡ୍ ଶ୍ରୀ ନିଶୁ କୁମାର ଗୁପ୍ତା ଙ୍କ ଉପସ୍ଥିତିରେ ଓଲିଉଡ଼ର ସୁନାମଧନ୍ୟ ନାୟିକା ସୁଶ୍ରୀ ପୁନମ ମିଶ୍ର ଏବଂ ନାୟକ ଶୁଭାଶିଷ ଶର୍ମା ଙ୍କ ଦ୍ୱାରା ଶୁଭ ଉନ୍ମୋଚନ ସମ୍ପନ୍ନ ହେଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପ୍ରତି ଯତ୍ନବାନ ନାଗରିକ/ ଗ୍ରାହକ ମାନଙ୍କ ପାଇଁ ଭିଏଲସିସି ତାଙ୍କର ସର୍ବୋତ୍ତମ ସେବା ପ୍ରଦାନ କରିବା ନିମନ୍ତେ ଅଙ୍ଗୀକାରବଦ୍ଧ, ଯାହା ଗ୍ରାହକ ମାନଙ୍କ ପାଇଁ ସହଜ ଓ ସୁବିଧାରେ ଉପଲବ୍ଧ ହେଇପାରିବ। ୧୮୦୦ ବର୍ଗଫୁଟ ପରିମିତ ଭିଏଲସିସି ର ଏହି ନବୀନତମ ସ୍ୱାସ୍ଥ୍ୟ ସୌନ୍ଦର୍ଯ୍ୟ କେନ୍ଦ୍ର ଜାଗମରା, ଭୁବନେଶ୍ୱରରେ ଥିବା ଚନ୍ଦ୍ରମଲ୍ଲୀ ବୁଟିକ ନିକଟ ପ୍ରଥମ ମହଲାରେ ଅବସ୍ଥିତ।

ଏହି କେନ୍ଦ୍ରରେ ମୋଟାରୁ ପତଳା ହେବା, ଓଜନ କମ କରାଇବା, ଚର୍ମ ଯତ୍ନ ନିଦାନ, କେଶ ସମସ୍ୟାର ସମାଧାନ ଏବଂ ବ୍ୟକ୍ତିଗତ ପୁଷ୍ଟି ସାଧନ ପାଇଁ ସମସ୍ତ ପ୍ରକାର ସେବା ସହ ଆୟୁର୍ବେଦିକ ଉପଚାର ବ୍ୟବସ୍ଥା ଉପଲବ୍ଧ। ଗ୍ରାହକ ମାନଙ୍କ ସୁଖ ସ୍ୱାଛନ୍ଦ୍ୟକୁ ଦୃଷ୍ଟିରେ ରଖି ସୁନ୍ଦର ଡିଜାଇନଯୁକ୍ତ ଏହି କେନ୍ଦ୍ରରେ ଉନ୍ନତ ସେବା ପ୍ରଦାନ ନିମନ୍ତେ ଅଭିଜ୍ଞ ଉଚ୍ଚଶିକ୍ଷିତ ଡାଏଟିସିଆନ, ଆୟୁର୍ବେଦିକ ବିଶେଷଜ୍ଞ, ଫିଜିଓଥେରାପିଷ୍ଟ, ଡରମାଟୋଲୋଜିଷ୍ଟ ଏବଂ ସ୍ୱାସ୍ଥ୍ୟ କଲ୍ୟାଣ ବିଶେଷଜ୍ଞ ମାନେ ପ୍ରତ୍ୟେକ ବ୍ୟକ୍ତିଙ୍କର ବିଶେଷ ସେବା ଯତ୍ନ ପାଇଁ ସଦା ପ୍ରସ୍ତୁତ ରହିଛନ୍ତି।

- Advertisement -

ଭିଏଲସିସି ଏଇ ନୂତନ କେନ୍ଦ୍ରରେ ବ୍ରାଣ୍ଡ ପରମ୍ପରା ବଜାୟ ରଖିବା ସହିତ ସୃଜନାତ୍ମକ ସ୍ୱାସ୍ଥ୍ୟ କଲ୍ୟାଣ ସାଧନ ନିମନ୍ତେ ବିକଶିତ ମେଦ ସଂକୋଚନ ତନ୍ତ୍ରଜ୍ଞାନ ଯେମିତିକି କୁଲ୍ ଟ୍ରିମ୍ ଏବଂ ମେଟାବାୟୋମ ପଦ୍ଧତି ପ୍ରଚଳନ କରାଯାଉଛି।
ଏହିସବୁ ସଦ୍ୟତମ ଉପଚାର ସହିତ ଶରୀର ଆକାର ନିର୍ଦ୍ଧାରଣ (ବଡି ସାପିଂ ଅପସନ)ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ରହିଛି। ଏଠାରେ ଚର୍ମର ଯତ୍ନ ଓ ସୁରକ୍ଷା ନିମନ୍ତେ ସବୁଠାରୁ ପ୍ରଭାବଶାଳୀ ଏବଂ ବିଶେଷ ଜ୍ଞାନଯୁକ୍ତ ଅତ୍ୟାଧୁନିକ ଉପକରଣ ବ୍ୟବହାର କରାଯାଇ ଭିନ୍ନ ଭିନ୍ନ ଚର୍ମ ସମସ୍ୟାର ସମାଧାନ କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories