ଏହି ତାରିଖ ମଧ୍ୟରେ ମାଗଣାରେ କରନ୍ତୁ ଆଧାର ଅପଡେଟ୍, ନଚେତ୍ ଗଣିବେ ଟଙ୍କା

ନୂଆଦିଲ୍ଲୀ : ଆଧାର କାର୍ଡ ଅପଡେଟ୍ କରିବା ଲାଗି ନୂଆ ସୁଯୋଗ । ଆଧାର କାର୍ଡ ଅପଡେଟ୍ କରିବା ପାଇଁ ଦେବାକୁ ପଡିବ ଫି। ଯଦି ଆପଣ ନିର୍ଦ୍ଧାରିତ ସମୟ ମଧ୍ୟରେ ଆପଣଙ୍କ ଆଧାର କାର୍ଡ ଅପଡେଟ୍ କରୁଛନ୍ତି, ତେବେ ଆପଣଙ୍କୁ କୌଣସି ଶୁକ୍ଳ ଦେବାକୁ ପଡିବନାହିଁ। କାରଣ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ(UIDAI) ଆପଣଙ୍କୁ ଆଧାର ମାଗଣାରେ ଅପଡେଟ୍‌ କରିବାର ସୁଯୋଗ ଦେଉଛି। ମାଗଣା ଆଧାର କାର୍ଡ ଅପଡେଟ ପାଇଁ UIDAI ଡିସେମ୍ବର ୧୪କୁ ଶେଷ ତାରିଖ ଭାବରେ ସ୍ଥିର କରିଛି। ଯଦି ଆପଣ ଏହି ତାରିଖ ମଧ୍ୟରେ ଅପଡେଟ୍ କରୁଛନ୍ତି ତେବେ ମାଗଣାରେ ଅପଡେଟ୍ କରିପାରିବେ। ଯେଉଁମାନଙ୍କର ଆଧାର କାର୍ଡ ୧୦ ବର୍ଷ ପୁରୁଣା। ସମସ୍ତେ ସେମାନଙ୍କର ଆଧାର କାର୍ଡ ମାଗଣାରେ ଅପଡେଟ କରିପାରିବେ।  ଯଦି ଆଧାର କାର୍ଡକୁ ମାଗଣାରେ ଅପଡେଟ କରିବାକୁ ଚାହୁଁଛନ୍ତି। ତା’ହେଲେ ଆପଣଙ୍କୁ ଅଫିସିଆଲ ୱେବସାଇଟ https://myaadhaar.uidai.gov.in/du/en_IN କୁ ଯିବାକୁ ପଡିବ।

Comments are closed.