www.samajalive.in
Saturday, December 6, 2025
15.1 C
Bhubaneswar

ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ବାସ୍ଥ୍ୟକାର୍ଡ

ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ଲାଗୁ କରାଯିବ ଏବଂ ରାଜ୍ୟ ସରକାର ବର୍ଷକୁ ଏଥିପାଇଁ ୩ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅତିରିକ୍ତ ବଜେଟରେ ମଧ୍ୟ ବ୍ୟୟବରାଦ କରାଯାଇଛି। ଏନେଇ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩.୫ କୋଟି ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ। ସାରା ଦେଶରେ ମୋଟ ୨୭ ହଜାର ସ୍ବାସ୍ଥ୍ୟକେନ୍ଦ୍ରରେ ହିତାଧିକାରୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଏହି କାର୍ଡ ଜରିଆରେ ମିଳିବ। ଗୋଟିଏ କାର୍ଡରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଯୋଜନା କରାଯିବ। ଏହା ସମ୍ପୂର୍ଣ୍ଣଭାବେ କ୍ୟାସଲେସ ରହିବ। ଏହାଦ୍ବାରା ଗୁଣାତ୍ମକ ସ୍ବାସ୍ଥ୍ୟସେବା ରାଜ୍ୟବାସୀଙ୍କୁ ମିଳିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories