www.samajalive.in
Saturday, December 13, 2025
26.1 C
Bhubaneswar

୨ ଶିକାରୀ ଗିରଫ: ବନ୍ୟଜନ୍ତୁ ମାଂସ ସହ ଧନୁତୀର ଓ କୁରାଢୀ ଜବତ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ରାଣୀଭୋଳ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବାର୍‌ହା ଶିକାର କରି ଫେରୁଥିବା ସମୟରେ ଦୁଇ ଶିକାରୀକୁ ଗିରଫ କରିଛି ବନ ବିଭାଗ। ଏଥିସହ ଅନ୍ୟ କେତେଜଣ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ କେଶଡିହା ଗାଁ କଦଳୀଭାଡି ସାହିର ସନାତନ ବାଘେଲ(୧୮) ଓ ଟୁରୀ ହେମ୍ବ୍ରମ(୨୫)। ସେମାନଙ୍କଠାରୁ ୬୦୦ଗ୍ରାମ ବାର୍‌ହା ମାଂସ ସହ ଧନୁତୀର ଓ କୁରାଢୀ ଜବତ ହୋଇଥିବା ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ହାତୀଗୋଡ଼ା ଗ୍ରାମପଞ୍ଚାୟତର ଅନ୍ତର୍ଗତ ରାଣୀଭୋଳ ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲ ଭିତରକୁ ଜନ୍ତୁ ଶିକାର କରିବାକୁ ଶିକାରୀମାନେ ପଶିଥିବା ସୂଚନା ପାଇବା ପରେ ଜଙ୍ଗଲ ଭିତରେ ବନବିଭାଗ କର୍ମଚାରୀ ଶିକାରୀମାନଙ୍କୁ ଖୋଜି ପାଇ ପାରିନଥିଲା। ଶିକାରୀମାନଙ୍କୁ ନପାଇ ଶିକାରୀଙ୍କ ଫେରିବା ବାଟକୁ ବନବିଭାଗ କର୍ମଚାରୀ ଜଗି ରହିଥିଲେ। ଭୋର ସମୟରେ ଶିକାରୀମାନେ ଏକ ବାର୍‌ହାକୁ ଶିକାର କରି ତାର ମାଂସ କାଟି ଧରି ଫେରୁଥିବାବେଳେ ଜଗିରହିଥିବା ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଶିକାରୀଙ୍କ ମଧ୍ୟରୁ ୨ ଜଣ ଧରା ପଡ଼ିଥିବାବେଳେ ଅନ୍ୟ ଶିକାରୀମାନେ ଖସି ପଳାଇଥିଲେ। ଠାକୁରମୁଣ୍ଡା ବନବିଭାଗ କେସ୍ ନଂ-୯୯/ ୨୦୨୪-୨୫ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏହି ଚଢାଉରେ ଠାକୁରମୁଣ୍ଡା ରେଞ୍ଜର କିଶୋର ପାଣିଗ୍ରାହୀ, ବନପାଳ ବିଦ୍ୟାଧର ମହାନ୍ତଙ୍କ ସମେତ ଠାକୁରମୁଣ୍ଡାର ବନ କର୍ମଚାରୀମାନେ ସାମିଲ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories