www.samajalive.in
Sunday, December 7, 2025
16.1 C
Bhubaneswar

୨ ଶିକାରୀ ଗିରଫ: ବନ୍ୟଜନ୍ତୁ ମାଂସ ସହ ଧନୁତୀର ଓ କୁରାଢୀ ଜବତ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ରାଣୀଭୋଳ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବାର୍‌ହା ଶିକାର କରି ଫେରୁଥିବା ସମୟରେ ଦୁଇ ଶିକାରୀକୁ ଗିରଫ କରିଛି ବନ ବିଭାଗ। ଏଥିସହ ଅନ୍ୟ କେତେଜଣ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ କେଶଡିହା ଗାଁ କଦଳୀଭାଡି ସାହିର ସନାତନ ବାଘେଲ(୧୮) ଓ ଟୁରୀ ହେମ୍ବ୍ରମ(୨୫)। ସେମାନଙ୍କଠାରୁ ୬୦୦ଗ୍ରାମ ବାର୍‌ହା ମାଂସ ସହ ଧନୁତୀର ଓ କୁରାଢୀ ଜବତ ହୋଇଥିବା ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ହାତୀଗୋଡ଼ା ଗ୍ରାମପଞ୍ଚାୟତର ଅନ୍ତର୍ଗତ ରାଣୀଭୋଳ ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲ ଭିତରକୁ ଜନ୍ତୁ ଶିକାର କରିବାକୁ ଶିକାରୀମାନେ ପଶିଥିବା ସୂଚନା ପାଇବା ପରେ ଜଙ୍ଗଲ ଭିତରେ ବନବିଭାଗ କର୍ମଚାରୀ ଶିକାରୀମାନଙ୍କୁ ଖୋଜି ପାଇ ପାରିନଥିଲା। ଶିକାରୀମାନଙ୍କୁ ନପାଇ ଶିକାରୀଙ୍କ ଫେରିବା ବାଟକୁ ବନବିଭାଗ କର୍ମଚାରୀ ଜଗି ରହିଥିଲେ। ଭୋର ସମୟରେ ଶିକାରୀମାନେ ଏକ ବାର୍‌ହାକୁ ଶିକାର କରି ତାର ମାଂସ କାଟି ଧରି ଫେରୁଥିବାବେଳେ ଜଗିରହିଥିବା ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଶିକାରୀଙ୍କ ମଧ୍ୟରୁ ୨ ଜଣ ଧରା ପଡ଼ିଥିବାବେଳେ ଅନ୍ୟ ଶିକାରୀମାନେ ଖସି ପଳାଇଥିଲେ। ଠାକୁରମୁଣ୍ଡା ବନବିଭାଗ କେସ୍ ନଂ-୯୯/ ୨୦୨୪-୨୫ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏହି ଚଢାଉରେ ଠାକୁରମୁଣ୍ଡା ରେଞ୍ଜର କିଶୋର ପାଣିଗ୍ରାହୀ, ବନପାଳ ବିଦ୍ୟାଧର ମହାନ୍ତଙ୍କ ସମେତ ଠାକୁରମୁଣ୍ଡାର ବନ କର୍ମଚାରୀମାନେ ସାମିଲ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories