ନୂଆଦିଲ୍ଲୀ : ଆଡିଲେଡ୍ ଟେଷ୍ଟ ହାରିଲା ଭାରତ। ୧୦ ଓ୍ବିକେଟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଜିତିଲା ଅଷ୍ଟ୍ରେଲିଆ । ୩ ଦିନରେ ସରିଗଲା ମ୍ୟାଚ୍। ପ୍ରଥମ ଇଂନିସରେ ଭାରତ ୧୮୦ ରନ୍ କରିଥିବାବେଳେ ଦ୍ଵିତୀୟ ଇଂନିସରେ ମଧ୍ୟ ଭଲ ସ୍କୋର କରିବାରେ ବିଫଳ ହୋଇଥିଲା। ଦ୍ଵିତୀୟ ଇଂନିସରେ ୧୭୫ ରନରେ ଭାରତ ଅଲଆଉଟ୍ ହୋଇଥିଲା। ପ୍ରଥମ ଇଂନିସରେ ୩୩୭ ରନ୍ କରିଥିଲା ଅଷ୍ଟ୍ରେଲିଆ। ଫଳରେ ବିଜୟ ପାଇଁ ରାସ୍ତା ସୁଗମ ହୋଇଥିଲା। ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆ ଆଗରେ ଥିଲା ମାତ୍ର ୧୯ ରନର ଟାର୍ଗେଟ୍। ଫଳରେ ୧୦ ଓ୍ବିକେଟ୍ ରେ ମ୍ୟାଚକୁ ଜିତିନେଲା ଅଷ୍ଟ୍ରେଲିଆ। ବର୍ତ୍ତମାନ ୫ ଟିକିଆ ଟେଷ୍ଟ ସିରିଜରେ ୧-୧ରେ ବରାବର ରହିଛି।
Popular Categories



