www.samajalive.in
Tuesday, December 9, 2025
16.1 C
Bhubaneswar

ପାରାଦ୍ୱୀପରେ ଏମ୍‌ଏସ୍‌ଏମ୍‌ଇ କନଟେଣ୍ଟ ସମ୍ମିଳନୀ

ପାରାଦୀପ : ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପଠାରେ ଭାରତୀୟ ଶିଳ୍ପ ମହାସଂଘ ଓଡିଶା ଚାପ୍ଟର ପକ୍ଷରୁ ବିଜୁ କନଭେନ୍ସନ ସେଣ୍ଟର ରେ ଏମଏସଏମଇ କନଟେଣ୍ଟ ୨୦୨୪ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ଆର୍ଥିକ ବିକାଶ କୁ ତ୍ୱରାନ୍ୱିତ କରିବା ପାଇଁ ବୃହତ ଶିଳ୍ପ ଓ ଖୁଦ୍ର ଶିଳ୍ପ ମଜୁଭୁତ ସହ ଭାଗୀତା ସ୍ଥାପନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଥିଲେ। ଓଡ଼ିଶାର ମୋଟ ରପ୍ତାନୀ କ୍ଷେତ୍ରରେ ୪୫ ପ୍ରତିଶତ ଯୋଗଦାନ ରହିଛି। ବରଗଡ଼, ବଲାଙ୍ଗୀର, ଗଂଜାମ, କଳାହାଣ୍ଡି, ଓ ନବରଙ୍ଗପୁର ରେ ଫୁଡ଼ ପାର୍କ ର ସ୍ଥାପନ, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ କୁ ପ୍ରୋତ୍ସାହିତ କରିଛି। ରାଜ୍ୟରେ ଖୁଦ୍ର ଶିଳ୍ପ ଗୁଡିକ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଥିବା ମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗଦେଇ କହିଥିଲେ ଯେ ଓଡ଼ିଶାର ବିକାଶ ଦିଗରେ ପାରାଦ୍ୱୀପ ର ଭୂମିକା ବେଶ ଗୁରୁତ୍ୱ ପୂର୍ଣ୍ଣ। ବୃହତ ଶିଳ୍ପ ଓ ଖୁଦ୍ରଶିଳ୍ପ ଗୁଡିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟରେ ସଫଳ ଇଣ୍ଡଷ୍ଟ୍ରିଆଲ ଇକୋସିଷ୍ଟମକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି। ଆଗାମୀ ଦିନରେ ଶିଳ୍ପ ର ବିକାଶ ରାଜ୍ୟରେ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ପୋର୍ଟ ଅଧ୍ୟକ୍ଷ ପି ଏଲ ହରାନାଦ, ଇଣ୍ଡିଆନ ଅଏଲ କର୍ପୋରେସନ ର କାର୍ଯ୍ୟ ନିର୍ବାହୀ ଅଧିକାରୀ କୌଶିକ ବସୁ, ଜେ ଏସ ଡବ୍ଲ୍ୟୁ ର ବାଣିଜ୍ୟ ମୁଖ୍ୟ ଗିରିସ ନାୟକ, ପାରାଦ୍ୱୀପ ଫସଫେଟ୍ ମୁଖ୍ୟ ପଲାନିସ୍ୱାମୀ ଆଦି ବହୁ ବୃହତ ଶିଳ୍ପ ଓ ଖୁଦ୍ର ଶିଳ୍ପ ର ମୁଖ୍ୟ ମାନେ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories