www.samajalive.in
Sunday, December 7, 2025
26.1 C
Bhubaneswar

ପାରାଦ୍ୱୀପରେ ଏମ୍‌ଏସ୍‌ଏମ୍‌ଇ କନଟେଣ୍ଟ ସମ୍ମିଳନୀ

ପାରାଦୀପ : ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପଠାରେ ଭାରତୀୟ ଶିଳ୍ପ ମହାସଂଘ ଓଡିଶା ଚାପ୍ଟର ପକ୍ଷରୁ ବିଜୁ କନଭେନ୍ସନ ସେଣ୍ଟର ରେ ଏମଏସଏମଇ କନଟେଣ୍ଟ ୨୦୨୪ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ଆର୍ଥିକ ବିକାଶ କୁ ତ୍ୱରାନ୍ୱିତ କରିବା ପାଇଁ ବୃହତ ଶିଳ୍ପ ଓ ଖୁଦ୍ର ଶିଳ୍ପ ମଜୁଭୁତ ସହ ଭାଗୀତା ସ୍ଥାପନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଥିଲେ। ଓଡ଼ିଶାର ମୋଟ ରପ୍ତାନୀ କ୍ଷେତ୍ରରେ ୪୫ ପ୍ରତିଶତ ଯୋଗଦାନ ରହିଛି। ବରଗଡ଼, ବଲାଙ୍ଗୀର, ଗଂଜାମ, କଳାହାଣ୍ଡି, ଓ ନବରଙ୍ଗପୁର ରେ ଫୁଡ଼ ପାର୍କ ର ସ୍ଥାପନ, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ କୁ ପ୍ରୋତ୍ସାହିତ କରିଛି। ରାଜ୍ୟରେ ଖୁଦ୍ର ଶିଳ୍ପ ଗୁଡିକ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଥିବା ମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗଦେଇ କହିଥିଲେ ଯେ ଓଡ଼ିଶାର ବିକାଶ ଦିଗରେ ପାରାଦ୍ୱୀପ ର ଭୂମିକା ବେଶ ଗୁରୁତ୍ୱ ପୂର୍ଣ୍ଣ। ବୃହତ ଶିଳ୍ପ ଓ ଖୁଦ୍ରଶିଳ୍ପ ଗୁଡିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟରେ ସଫଳ ଇଣ୍ଡଷ୍ଟ୍ରିଆଲ ଇକୋସିଷ୍ଟମକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି। ଆଗାମୀ ଦିନରେ ଶିଳ୍ପ ର ବିକାଶ ରାଜ୍ୟରେ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ପୋର୍ଟ ଅଧ୍ୟକ୍ଷ ପି ଏଲ ହରାନାଦ, ଇଣ୍ଡିଆନ ଅଏଲ କର୍ପୋରେସନ ର କାର୍ଯ୍ୟ ନିର୍ବାହୀ ଅଧିକାରୀ କୌଶିକ ବସୁ, ଜେ ଏସ ଡବ୍ଲ୍ୟୁ ର ବାଣିଜ୍ୟ ମୁଖ୍ୟ ଗିରିସ ନାୟକ, ପାରାଦ୍ୱୀପ ଫସଫେଟ୍ ମୁଖ୍ୟ ପଲାନିସ୍ୱାମୀ ଆଦି ବହୁ ବୃହତ ଶିଳ୍ପ ଓ ଖୁଦ୍ର ଶିଳ୍ପ ର ମୁଖ୍ୟ ମାନେ ଯୋଗ ଦେଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories