ଶ୍ରୀନଗର: ପୁଲିସ୍ ବସ୍ରୁ ଦୁଇ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ଜାମ୍ମୁ କାଶ୍ମୀର ଉଦ୍ଧମପୁର ନିକଟରେ ବସ୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି। ପରସ୍ପର ଭିତରେ ଝଗଡାରୁ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ଏକେ-୪୭ ରାଇଫଲରୁ ଏହି ଗୁଳିମାଡ ହୋଇଥିବା ଜଣାପଡିଛି। ସପୋରରୁ ତଲଓ୍ବାର ଟ୍ରେନିଂ ସେଣ୍ଟର ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ପରେ ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଉଦ୍ଧାମପୁର ଜିଲ୍ଲା ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।
Popular Categories



